Advertisment

ଛେପ ପକାଇ ଦଳିତ ବ୍ୟକ୍ତିଙ୍କୁ ନାକ ଘଷାଇବା ମାମଲା; ୬ ସପ୍ତାହରେ ଜବାବ ରଖିବାକୁ NHRCଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ମାର୍ଶାଘାଇରେ ଜୈନିକ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ଘଷାଇବା ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ୍ ।

ଅଦ୍ୟତନ ହୋଇଛି
Dalit man forced to rub nose in own spit; NHRC seeks report

Dalit man forced to rub nose in own spit; NHRC seeks report

Advertisment

ମହଙ୍ଗା ପଡିଲା ଯୁବକଙ୍କୁ ନାକ ଘଷାଇବା । କେନ୍ଦ୍ରାପଡ଼ା ମାର୍ଶାଘାଇରେ ଜନୈକ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ଘଷାଇବା ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ୍ । ଘଟଣାକୁ ଗୁରୁତ୍ୱ ସହ ନେଇ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ।

Advertisment

ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, ତଦନ୍ତ କେତେ ଦୂର ଆଗେଇଛି ସେ ସମ୍ପର୍କରେ ୬ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଛି ନ୍ୟାସ୍‌ନାଲ ହୁମାନ ରାଇଟ୍ସ କମିଶନ ଅଫ୍‌ ଇଣ୍ଡିଆ (NHRC) ।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ତିଖିରୀ ଗାଁର ଜଣେ ଦଳିତ ବ୍ୟକ୍ତିଙ୍କ ସହ ଏହି ଅକଥନୀୟ ଅତ୍ୟାଚାର ହୋଇଥିଲା । ଗତ ୧୬ ତାରିଖ ରାତିରେ ଗାଁ ଠାକୁରାଣୀ ମନ୍ଦିରର ନବୀକରଣ ନିମନ୍ତେ ଚାନ୍ଦା ଦେବା ପାଇଁ ଜଣେ ଦଳିତ ଯୁବକ ଗୁରୁଚରଣ ମଲ୍ଲିକଙ୍କୁ କହିଥିଲେ। କିନ୍ତୁ ସେ ଅରାଜି ହେବାରୁ ମନ୍ଦିର କମିଟିର ସଦ୍ୟସ୍ୟ ଓ ଗୁରୁଚରଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ମନ୍ଦିର ପାଇଁ ଟଙ୍କା ନଦେଲେ ଗୁରୁଚରଣ ଓ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯିବ ବୋଲି ଧମକ ଦେଇଥିଲେ। ସରପଞ୍ଚ ଚମେଲି ଓଝା ଗୁରୁଚରଣ ଗାଁ ସଭାକୁ ଡ଼କାଇ ଟଙ୍କା ଦେବା ପାଇଁ କହିଥିଲେ। ତେବେ ଟଙ୍କା ଦେବା ପାଇଁ ଗୁରୁଚରଣ ମନା କରିବାରୁ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ନିଜ ଛେପରେ ନାକ ଘଷିବା ପାଇଁ କହିଥିଲେ।

Advertisment

ଉକ୍ତ ଘଟଣା ପରେ ଗୁରୁଚରଣ ଥାନରେ ଏତଲା ଦେଇଥିଲେ। ସରପଞ୍ଚ ଚମେଲି ଓଝା, ବିଜୟ ସ୍ୱାଇଁ, ରାକେଶ ସୁତାର ଓ କାଳିଆ ସୁତାରଙ୍କ ନାଁରେ ଏତଲାରେ ଦର୍ଶାଇଥିଲେ। କେବଳ ସେତିକି ନୁହେଁ, ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Punishment Over Temple Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ