Advertisment

ଶାସନ କଳକୁ ଚରିଗଲାଣି କି ଦୁର୍ନୀତିର ଚେର ?

ଭୁବନେଶ୍ୱର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ।

ଅଦ୍ୟତନ ହୋଇଛି
 corruption

corruption

Advertisment

ସ୍ୱଚ୍ଛତାର ଦ୍ୱାହି ଦେଉଥିବା ରାଜ୍ୟ ଶାସନ କଳର ଶିରା ପ୍ରଶିରାକୁ ସତେ ଯେମିତି ମାଡ଼ିଗଲାଣି ମହାଦୁର୍ନୀତିର ଚେର। ଲୁଟପାଟର ଗୋଲକଧନ୍ଧା ଭିତରେ କିରାଣୀଙ୍କ ଠାରୁ ସବ୍ କଲେକ୍ଟରଙ୍କ ଯାଏଁ ବନିଗଲେଣି କୋଟିପତି। କାହା ଘରୁ ପେଟି ପେଟି ନୋଟ୍ ତ ଆଉ କାହାର ମାଳ ମାଳ କୋଠାବାଡ଼ି ଠାବ ହେଲାଣି। ଅବଶ୍ୟ ଏଭଳି ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, କିନ୍ତୁ ପଚାରୁଛି କିଏ। ବରଂ ପଦବିର ଦୁରୁପଯୋଗ କରି ଯେଭଳି ବେଆଇନ ଭାବେ ସମ୍ପତ୍ତି ଠୁଳ କରି ଚାଲୁଛନ୍ତି, ତାହାର ଅନ୍ୟତମ ବଡ଼ ପ୍ରମାଣ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ। ଯାହାକୁ ନେଇ ଏବେ ହୁଲସ୍ତୁଲ ରାଜ୍ୟ ରାଜନୀତି। 

Advertisment

ଧରାପଡୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି। ଜାଲରେ ପଡୁଛନ୍ତି ଜଣଙ୍କ ପରେ ଜଣେ ଦୁର୍ନୀତିଗ୍ରସ୍ତ ବାବୁ। ବାହାରୁଛି ପେଟି ପେଟି ଟଙ୍କା, ମିଳୁଛି ମାଳ ମାଳ କୋଠାବାଡ଼ି। ଏହାରି ଭିତରେ ଏବେ ଚର୍ଚ୍ଚାର ଶୀର୍ଷରେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ଯେ କି ସାଢେ ୩ ବର୍ଷରେ ଠୁଳ କରିଛନ୍ତି ୫ କୋଟିର ଆୟବହିର୍ଭୁତ ସଂପତ୍ତି। କୁହାଯାଉଛି, ଭୁବନେଶ୍ବର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ। ଭୁବନେଶ୍ୱର ସହ ନବରଙ୍ଗପୁର ଘରୁ ଜବତ କଲା ପେଟି ପେଟି ଟଙ୍କା।

ହେଲେ କାହିଁକି ଏତେ ପରିମାଣର ଟଙ୍କା ଅଣାଯାଇଥିଲା ଭୁବନେଶ୍ବର ? କାହାଠାରୁ ଏସବୁ ଟଙ୍କା ଆସିଥିଲା ? କାହା ପାଖକୁ ଯାଇଥାନ୍ତା? ଭିଜିଲାନ୍ସ ଧରପଗଡ଼ର ୩ ଦିନ ପରେ ଏବଂ ପ୍ରଶାନ୍ତଙ୍କ ଗିରଫଦାରୀ ସତ୍ତ୍ବେ ଟଙ୍କା ଆଦାୟର ଉତ୍ସ ସଂପର୍କରେ ସ୍ପଷ୍ଟ କରିନି ଭିଜିଲାନ୍ସ। ଯାହାକୁ ନେଇ ଖଡ୍ଗହସ୍ତ ବିରୋଧୀ। ଗତକାଲି 5T ସଚିବ ଓ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଫଟୋକୁ ସାମ୍ନାକୁ ଆଣି ନିଶାନା କରିବା ପରେ ଆଜି ପୁଣି ବର୍ଷିଛି ବିଜେପି। କହିଛି, ସତସାହସ ରଖି କ୍ଲାସ ୱାନ ଅଫିସରଙ୍କ ଘରେ ବି ରେଡ୍ କରନ୍ତୁ।

Advertisment

ଏ ତ ଗଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କଥା। ରାଜ୍ୟ ସରକାରଙ୍କ ତଥ୍ୟକୁ ଯଦି ଦେଖିବା, ତେବେ ଗତ କିଛି ମାସ ଭିତରେ ୧୮୭ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅବଶ୍ୟ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। କିନ୍ତୁ ଏହାପରେ ବି ବଢ଼ିଚାଲିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା। ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ-୨୦୨୧ର ତଥ୍ୟ ଯଦି ଦେଖିବା ତେବେ, ଏଭଳି ଦୁର୍ନୀତିଗ୍ରସ୍ତ ବାବୁ ଧରାପଡିବାରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍। ୨୦୨୧ରେ ୯୨ଟି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଯାହାକି ସମଗ୍ର ଦେଶରେ ଦାୟର ୩୯୮ ମାମଲାର ୨୩ ପ୍ରତିଶତ।

ଏଠି ପ୍ରଶ୍ନ, ଗୋଟେ ପଟେ ସରକାର ଦୁର୍ନୀତି ହଟାଅ ନାରା ଦେଉଥିବା ବେଳେ, ଏ ସରକାରୀ ବାବୁମାନେ କେମିତି ଏବଂ କାହା ଛତ୍ରଛାୟାରେ ରହି ବାରମ୍ବାର ଦୁର୍ନୀତି କରୁଛନ୍ତି ? ଏତେ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଭୟ ରହୁନି କାହିଁକି? ଏଭଳି ନାନା ପ୍ରଶ୍ନ ଭିତରେ ଦଣ୍ଡବିଧାନରେ ବିଳମ୍ବ କାରଣକୁ ଦାୟୀ କରିଛନ୍ତି ପୂର୍ବତନ ଡିଜିପି। 

Advertisment
Corrupt Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ