Advertisment

Bike Fire: ପେଟ୍ରୋଲ ଧରି ଆସିଲେ, ନିଆଁ ଲଗାଇଦେଲେ

ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଖଣ୍ଡଗିରି ଥାନା ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି I ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି I

ଅଦ୍ୟତନ ହୋଇଛି
Bike Fire

Bike Fire

Advertisment

ରାଜଧାନୀରେ ଅପରାଧ ଘଟାଉଛନ୍ତି ଅପରାଧୀ। ପୋଲିସକୁ ତିଳେମାତ୍ର ଭୟ ନାହିଁ। ପ୍ରତିଦିନ ଭିଆଉଛନ୍ତି ଅପରାଧିକ କାଣ୍ଡ। ଗତ ତିନି ଦିନରେ ରାଜଧାନୀରେ ଘଟିଛି ଛାତି ଥରାଇଲା ଭଳି ଘଟଣା। ଏଇ ଯେମିତି ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅଞ୍ଚଳରେ ପେଟ୍ରୋଲ ଢାଳି ବାଇକ୍ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ସିସିଟିଭିରେ କଏଦ ହୋଇଛି ସବୁକିଛି ।

Advertisment

ପେଟ୍ରୋଲ ଧରି ଆସିଲେ, ବାଇକ୍ ଉପରେ ଢାଳି ନିଆଁ ଲଗାଇଦେଲେ। ଆଖି ପିଛୁଳାକେ ସବୁକିଛି ଜଳିପୋଡି ପାଉଁଶ ହୋଇଗଲା। ଜେଲରୁ ଜାମିନରେ ଆସିଥିବା ଅଭିଯୁକ୍ତ ଓ ତାର ୨ ସହଯୋଗୀ ଗାର୍ମେଣ୍ଟ ସୋରୁମ ଜାଳିବାକୁ ଉଦ୍ୟମ କରିଥିଲେ । ହେଲେ ସ୍ବୌଭାଗ୍ୟ ବସତ୍ଃ ଡ୍ରେସ ଦୋକାନର ବିଶେଷ କ୍ଷତି ହୋଇନାହିଁ ।

ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଖଣ୍ଡଗିରି ଥାନା ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି I ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି I

Advertisment

ଜୁନ୍ ୨୧ ତାରିଖରେ ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩୦ରୁ ଅଧିକ ଯୁବକ। ଭରତପୁର ଥାନା ଅଞ୍ଚଳରେ ଜମିଜମା ବିବାଦକୁ ନେଇ ବୁଲିଲା ଖଣ୍ଡା। ୩ ଜଣ ଯୁବକଙ୍କୁ ୨୦ରୁ ୩୦ ଜଣ ଯୁବକ ସଂଘବଦ୍ଧ ଭାବରେ ଆସି ଆକ୍ରମଣ କଲେ । ଭରତପୁର ପୋଲିସ ଘଟଣାର ତଦନ୍ତ କରୁଛି ।

ଜୁନ ୨୦ ତାରିଖ। ଶୁକ୍ରବାର ଏକ କାର ସୋରୁମକୁ ଟାର୍ଗେଟ କଲେ ଅପରାଧୀ। ରାତି ଅଧରେ ଆସି ୨ ଜଣ ଯୁବକ ବୋମାମାଡ କଲେ। ଯେଉଁଥିରେ ୪ଟି କାର ଭାଙ୍ଗି ଚୁରମାର ହୋଇଗଲ। ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ। ଏହି ତିନିଟି ଯାକ ଘଟଣାରେ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ କମିଶନରେଟ୍ ପୋଲିସ ।

Advertisment
Bhubaneswar Bhubaneswar Airport Fire Incidents Bike Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ