ଜାମତରା ଗ୍ୟାଙ୍ଗର ଲୁଟପାଟ୍ ଅପରେସନର ଖୁଲାସା ! କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହେଲା ଡେମୋ ଭିଡିଓ

ଓଟିପିକୁ କୋଡ୍ ବୋଲି କହି ମାଗୁଥିଲେ ଜାମତରା ଗ୍ୟାଙ୍ଗ ସଦସ୍ୟ । ସେମାନଙ୍କ ନାଁରେ ସାରା ଦେଶରେ ରୁଜୁ ହୋଇଥିଲା ୫୫ଟି ମାମଲା ।

ନକଲି ପରିଚୟ ଦେଇ ସାରା ଦେଶରେ ଚଲାଇଥିଲେ ସାଇବର କ୍ରାଇମ୍

News Summary

ନକଲି ପରିଚୟ ଦେଇ ସାରା ଦେଶରେ ଚଲାଇଥିଲେ ସାଇବର କ୍ରାଇମ୍

ରୁଜୁ ହୋଇଛି ୫୫ଟି ମାମଲା

ଲୋକଙ୍କୁ ଲୁଟପାଟ୍ ପାଇଁ କେମିତି ଅପରେସନ୍ ଚଳାଇଥିଲା ଜାମତରା ଗ୍ୟାଙ୍ଗ ? ତାହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱରରୁ ଧରାପଡ଼ିଥିବା ଜାମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କଠୁ ତଥ୍ୟ ଉଗାଳିଛି କ୍ରାଇମବ୍ରାଞ୍ଚ । ତାସହ ସେମାନେ କେମିତି ଲୋକଙ୍କୁ ଠକେଇ କରୁଥିଲେ ତାହାର ଏକ ଡେମୋ ଭିଡିଓ ଫୁଟେଜ୍ ମଧ୍ୟ ଜାରି କରିଛି ତଦନ୍ତକାରୀ ସଂସ୍ଥା । ସେମାନେ ନିଜକୁ ବ୍ୟାଙ୍କ ଏଜେଣ୍ଟ, ଇନ୍ସୁରାନ୍ସ ଏଜେଣ୍ଟ ବୋଲି ପରିଚୟ ଦେଇ ଲୋକଙ୍କୁ ଫୋନ କରି ବ୍ୟକ୍ତିଗତ ତଥ୍ୟ ଆଦାୟ କରୁଥିଲେ ।

ଏପରିକି ଓଟିପିକୁ କୋଡ୍ ବୋଲି କହି ମାଗୁଥିଲେ । ସେମାନଙ୍କ ନାଁରେ ସାରା ଦେଶରେ ରୁଜୁ ହୋଇଥିଲା ୫୫ଟି ମାମଲା । ସବୁ ସ୍ଥାନର ପୋଲିସ ଏମାନଙ୍କୁ ରିମାଣ୍ଡରେ ନେବାକୁ ଯୋଗାଯୋଗ କରୁଥିବା କ୍ରାଇମବ୍ରାଞ୍ଚ ADG ସୂଚନା ଦେଇଛନ୍ତି । ବେଙ୍ଗାଳୁରୁ ପୋଲିସ ଏମାନଙ୍କ ନାଁରେ ଥିବା ଓ୍ୱାରେଣ୍ଟ ପଠାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ଏମାନେ ଯେଉଁ ମାନଙ୍କଠାରୁ ଡାଟା ଆଣୁଥିଲେ, ସେମାନଙ୍କ ବାବଦରେ ତଥ୍ୟ ମିଳିଥିବା କହିଛନ୍ତି ADG ।

ଗତ ଜାନୁଆରୀ ୨୯ ତାରିଖରେ ଏମାନଙ୍କୁ ଭୁବନେଶ୍ୱର ରସୁଲଗଡ଼ରୁ ଧରିଥିଲା ପୋଲିସ । ତେବେ ସାଇବର ଠକେଇର ଶିକାର ହେଲେ ଘଣ୍ଟାଏ ଭିତରେ କ୍ରାଇମବ୍ରାଞ୍ଚର ହେଲ୍ପ୍ ଡେସ୍କକୁ ଜଣାଇବାକୁ କହିଛନ୍ତି ADG । ଠକେଇ ହେବାର ଘଣ୍ଟାଏ ହେଉଛି ଗୋଲ୍ଡେନ୍ ଆଓ୍ୱାର । ଏହି ସମୟ ଭିତରେ ହେଲ୍ପ ଡେସ୍କ ନମ୍ବର-୧୫୫୨୬୦ରେ ଯୋଗାଯୋଗ କଲେ ସହାୟତା କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି । ୬ ମାସ ଭିତରେ ୫୫ ଲକ୍ଷ ଟଙ୍କା ରିଫଣ୍ଡ କରାଯାଇଥିବା ବେଳେ ୨୬ ଲକ୍ଷ ଟଙ୍କା ହୋଲ୍ଡ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ADG କହିଛନ୍ତି ।