Advertisment

ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର

ଗିରଫ ଛାତ୍ର ଦୁଇ ଜଣ ହେଲେ ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ବାଳ।ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।

Arrest

Arrest

Advertisment

ଏଫଏମ କଲେଜରେ ଛାତ୍ରୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ଘଟଣାର ୨୩ ଦିନ ପରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଛାତ୍ର ଦୁଇ ଜଣ ହେଲେ ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ବାଳ।ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।

Advertisment

ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ନିକଟରେ ଏସସିବିରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦୁଇ ଛାତ୍ରଙ୍କ ବିରୋଧରେ ପ୍ରମାଣ ପାଇଥିବା କୁହାଯାଉଛି।

ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଗିରଫ ପରେ ଉଭୟଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୂର୍ବରୁ ମାମଲାରେ କଲେଜର ବିଏଡ ମୁଖ୍ୟ ସମୀର ସାହୁ, କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଥିଲେ।

Advertisment

ଗତମାସ ୧୨ ତାରିଖରେ କଲେଜ ପରିସରରେ ଛାତ୍ରୀ ଜଣକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିବା ବେଳେ କଂଗ୍ରେସ , ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲେ।

Balasore Arrest Investigation CrimeBranch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ