Advertisment

ଦୁର୍ଘଟଣାର ମିଛ ନାଟକ ରଚିଲେ, ଟମୋଟୋ ଟ୍ରକ୍‌ ହାଇଜାକ୍‌ କରିନେଲେ ସ୍ୱାମ-ସ୍ତ୍ରୀ

ଦୁର୍ଘଟଣାର ମିଛ ନାଟକ ରଚି ଟମୋଟୋ ଭର୍ତ୍ତି ଟ୍ରକ୍‌ ହାଇଜାକ୍‌ କରିନେଲେ ସ୍ୱାମୀ-ସ୍ତ୍ରୀ। ପରେ ଏହାକୁ ମାଧ୍ୟମ କରି ଟଙ୍କା ଆଦାୟ ପାଇଁ ସେମାନେ ଯୋଜନା କରିଥିଲେ।

ଅଦ୍ୟତନ ହୋଇଛି
Couple Hijack Truck With 2.5 Tonnes Of Tomatoes

Couple Hijack Truck With 2.5 Tonnes Of Tomatoes

Advertisment

ଦୁର୍ଘଟଣାର ମିଛ ନାଟକ ରଚି ଟମୋଟୋ ଭର୍ତ୍ତି ଟ୍ରକ୍‌ ହାଇଜାକ୍‌ କରିନେଲେ ସ୍ୱାମୀ-ସ୍ତ୍ରୀ। ପରେ ଏହାକୁ ମାଧ୍ୟମ କରି ଟଙ୍କା ଆଦାୟ ପାଇଁ ସେମାନେ ଯୋଜନା କରିଥିଲେ। ହେଲେ ତାଙ୍କର ଏହି ଚାଲାକି ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲା। ୨.୫ ଟନ୍‌ ଟମାଟୋ ଭର୍ତ୍ତି ଟ୍ରକ୍‌କୁ ଜବତ କରିବା ସହ ତାମିଲନାଡୁର ଜଣେ ଦମ୍ପତିଙ୍କୁ ପୋଲିସ୍‌ ଗିରଫ କରିଛି। ବେଙ୍ଗାଲୁରୁରୁ ଏହି ଦମ୍ପତି ଗିରଫ ହୋଇଛନ୍ତି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ଏହି ଦମ୍ପତି ଭେଲୋରର ହୋଇଥିବା ବେଳେ ରାଜପଥରେ ଲୁଟ୍‌ପାଟ୍‌ କରୁଥିବା ଏକ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି। ଜୁଲାଇ ୮ରେ ଚିତ୍ରଦୁର୍ଗ ଜିଲ୍ଲା ଚିକ୍କାଜଲାରେ ଟମାଟୋ ଭର୍ତ୍ତି ଏକ ଟ୍ରକ୍‌କୁ ହାଇଜାକ୍‌ କରି ନେଇଥିଲେ। ସେମାନଙ୍କ କାର୍‌କୁ, ଟ୍ରକ୍‌ ଧକ୍କା ଦେଇଥିବା ମିଛ ଦୁର୍ଘଟଣାର ନାଟକ ରଚି ସ୍ୱାମୀ-ସ୍ତ୍ରୀ ଟ୍ରକ୍‌ ହାଇଜାକ୍‌ କରିନେଇଥିଲେ। 

ଯେତେବେଳେ ଚାଷୀ ଜଣକ ସେମାନଙ୍କୁ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ, ଲୁଟ୍‌ପାଟ୍‌ କରୁଥିବା ଏହି ଗ୍ୟାଙ୍ଗ ସେମାନଙ୍କ ଉପରକୁ ଆକ୍ରମଣ କରିବା ସହ ଟ୍ରକ୍‌ରୁ ବାହାରକୁ ଠେଲି ଦେଇଥିଲେ। ଏହାପରେ ୨.୫ ଟନ୍‌ ଭର୍ତ୍ତି ଟମାଟୋ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଟ୍ରକ୍‌ରେ ଭର୍ତ୍ତି ଏହି ଟମାଟୋର ଦାମ୍‌ ୨.୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। 

Advertisment

ଚାଷୀଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଟ୍ରକ୍‌କୁ ଟ୍ରାକ୍‌ କରି ଦମ୍ପତିଙ୍କୁ ଧରିଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ଭାସ୍କର(୨୮) ଓ ତାଙ୍କ ପତ୍ନୀ ସିନ୍ଧୁଜା(୨୬)ଙ୍କୁ ଗିରଫ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ