ଶ୍ରୀକ୍ଷେତ୍ରରେ ବିଦେଶୀଙ୍କ ବିରୋଧରେ ଷଡ଼ଯନ୍ତ୍ର : ଫେକ୍ ଆଇଡି ଖୋଲି ଚାରିତ୍ରିକ ସଂହାର ସହ ମାରିଦେବାକୁ ଧମକ ଦେଉଛନ୍ତି କୁଚକ୍ରୀ ଗୋଷ୍ଠୀ

ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ ପୁରୀ, ବ୍ରହ୍ମପୁର,କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ହେବ ସମାଜସେବା ଓ ଗରିବଙ୍କୁ ସାହାଯ୍ୟ କରିଆସୁଛନ୍ତି । ହେଲେ କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ବିରୋଧରେ ବିଭିନ୍ନ ଫେକ୍ ଆଇଡି କରି ତାଙ୍କ ଚାରିତ୍ରିକ ସଂହାର ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି

ଆଲଫ୍ରେଡୋ ରୋମ୍ବୋଲା

ଭାରତବର୍ଷର ମହାନ୍ ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଅନେକ ବିଦେଶୀ ଭାରତକୁ ଆସି ନାଗରିକତା ଗ୍ରହଣ କରିବା ସହ ଏଠାରେ ବସବାସ କରୁଛନ୍ତି । ଏଭଳିକି ଅନେକ ଗବେଷଣା, ସେବାମୂଳକ କାମ ମଧ୍ୟ କରୁଛନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ ପୁରୀ, ବ୍ରହ୍ମପୁର,କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ହେବ ସମାଜସେବା ଓ ଗରିବଙ୍କୁ ସାହାଯ୍ୟ କରିଆସୁଛନ୍ତି । ହେଲେ କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ବିରୋଧରେ ବିଭିନ୍ନ ଫେକ୍ ଆଇଡି କରି ତାଙ୍କ ଚାରିତ୍ରିକ ସଂହାର ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି । ଏ ନେଇ ସେ ପୁରୀ ସାଇବର ଓ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା ଦୀର୍ଘ ୨୫ ବର୍ଷ ହେବ ଓଡିଶା ଆସି ଓଡ଼ିଆଙ୍କୁ ବିବାହ କରିବା ସହ ଅର୍ଜୁନ ଦାସ ନାମରେ ପରିଚିତ ହୋଇଛନ୍ତି ସେ ପୁରୀର ଚନ୍ଦନପୁରରେ ଆଶ୍ରମ କରିଛନ୍ତି । ପୁରୀ ସମେତ ବ୍ରହ୍ମପୁର ଓ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମାଜସେବା କରିଆସୁଛନ୍ତି । ପୁରୀ ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତିରେ ସେ ଗରିବ ଲୋକଙ୍କୁ ଆର୍ଥିକ ସାହାଯ୍ୟ ଠାରୁ ଆରମ୍ଭ କରି ସ୍ୱାବଲମ୍ବୀ ହେବା ପାଇଁ ସିଲାଇ ମେସିନ,ପାଠ୍ୟ ଉପକରଣ,ସ୍କୁଲ,ପୋଷାକ ଆଦି ବଣ୍ଟନ କରୁଛନ୍ତି ।

ଆଲଫ୍ରେଡୋ ରୋମ୍ବୋଲା ଗବେଷଣା କରିବା ସହ ଜଟିଳ ରୋଗରେ ପୀଡ଼ିତ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କ ଚନ୍ଦନପୁର ଆଶ୍ରମରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଫ୍ୟାବ୍ରିଜିଓ ରୋକୋ ଡୋନାଟି ଓ ପୁରୀର ଭଦ୍ର ମଣ୍ଡଳୀ ସହ ଆଉ କିଛି ଲୋକ ମିଶି ସୋସିଆଲ ମିଡିଆରେ ବିଭିନ୍ନ ଫେକ୍ ଆଇଡି ଖୋଲି ତାଙ୍କ ସ୍ତ୍ରୀ ,ପୁଅ ଓ ତାଙ୍କ ବିରୋଧରେ ଅପପ୍ରଚାର ସହ ଚାରିତ୍ରିକ ସଂହାର ସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି। କେବଳ ସୋସିଆଲ ମିଡ଼ିଆ ନୁହଁ whtsapp , email ଯୋଗେ ମଧ୍ୟ ଧମକ ଦେଉଛନ୍ତି। ଏ ନେଇ ସେ ଗତ ୫ ତାରିଖରେ ପୁରୀ ସାଇବର ଓ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ଏତଲା କରିନାହିଁ। ଫଳରେ ମାନସିକ ଭାବେ ଭାଙ୍ଗି ପଡିଛନ୍ତି ।

ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଯୋଗୁଁ ତାଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ଆଞ୍ଚ ଆସିଛି ।ତ୍ୱରିତ କାର୍ଯ୍ୟାନୁଷ୍ଠନ ପାଇଁ ସେ ବାରମ୍ବାର ସାଇବର ଓ ଚନ୍ଦନପୁର ଥାନା ପୋଲିସ ପାଖକୁ ଦଉଡ଼ି ଦଉଡ଼ି ନିରାଶ ହୋଇଛନ୍ତି । ତାଙ୍କ ଦ୍ଵାରା ଉପକୃତ ହୋଇଥିବା ଗରିବ ଲୋକେ ମଧ୍ୟ ଏଭଳି କାର୍ଯ୍ୟକୁ ଗ୍ରହଣ କରିପାରୁନାହିଁ । ଆଲଫ୍ରେଡୋ ଜଣେ ପରୋପକାରୀ ଓ ଭଲ ଲୋକ ହୋଇଥିବାବେଳେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ସେ ଆଜି ଅତିରିକ୍ତ ଏସପିଙ୍କ ଭେଟି ପୁଣିଥରେ ନିଜ ଅଭିଯୋଗ କରିଛନ୍ତି । ସେ ସାଇବର ପୋଲିସ ଓ ଚନ୍ଦନପୁର ପୋଲିସ ନିକଟରେ ସମସ୍ତ ତଥ୍ୟ,ପ୍ରମାଣ ଦଖଲ କରିଛନ୍ତି ।ଅତିରିକ୍ତ ଏସପି କହିଛନ୍ତି ଘଟଣାକୁ ଗୁରୁତର ସହ ନେଇ ଉପଯୁକ୍ତ ତଦନ୍ତ କରାଯିବ ଓ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।