Advertisment

ଦାଗୀଙ୍କୁ ପାର୍ବଣ ମନା, ତଡ଼ିପାର ହେବେ ହାର୍ଡକୋର୍ ଅପରାଧୀ

ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।

ଅଦ୍ୟତନ ହୋଇଛି
Crime

Crime

Advertisment

ଚଳିତବର୍ଷ ପୂଜାକୁ କ୍ରାଇମ ଫ୍ରି କରିବାକୁ କମିଶନରେଟ ପୋଲିସର ତୟାରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ତଡ଼ିପାର ପାଇଁ ଯୋଜନା ରଖିଛି କମିଶନରେଟ ପୋଲିସ। ସହରରୁ ତଡ଼ିପାର ପାଇଁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେହିପରି ଜାମିନରେ ଥିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ବି ନଜର ରଖିଛି ପୋଲିସ । ସବୁ ଥାନା ସ୍ତରରେ ଏଥିଲାଗି ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ ହୋଇଛି। 

Advertisment

ପାର୍ବଣରେ ପରିବାର ସହ ରହିପାରିବେନି ଦାଗି । ପୂଜା ମାହୋଲରେ ପଦାରେ ବୁଲିପାରିବେନି ହାର୍ଡକୋର୍ ଅପରାଧୀ । ହାଜିରା ନଦେଲେ ହାତରେ ପଡିବ ହାତକଡି । ଜେଲରେ କଟିବ ହାର୍ଡକୋରଙ୍କ ରାତି । ଚଳିତବର୍ଷ ପୂଜାକୁ କ୍ରାଇମ ଫ୍ରି କରିବା ପାଇଁ ଆରମ୍ଭ ହେଲା କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ । ପୋଲିସ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଅଭ୍ୟାସଗତ ଅପରାଧୀଙ୍କୁ ସବୁଦିନ ଦେବାକୁ ପଡିବ ହାଜିରା। ଦାଗୀଙ୍କୁ ପାର୍ବଣ ମନା। ଚଳିତବର୍ଷ ୭ ଜଣ ହାର୍ଡକୋର କ୍ରିମିନାଲଙ୍କୁ ତଡିପାର୍ କରାଯାଇଥିବାବେଳେ ଆହୁରି ୩୦ ଜଣଙ୍କ ଲିଷ୍ଟ ପ୍ରସ୍ତୁତ କରିଛି  ପୋଲିସ। ୧୬ ଜଣ ଦୁର୍ଦ୍ଦାନ୍ତଙ୍କୁ NSA ରେ ବୁକ୍ କରାଯାଇଛି । 

ପୂଜା ସମୟରେ କେବଳ ଅଭ୍ୟାସଗତ ଅପରାଧୀ ନୁହେଁ, ନିଶା ବେପାରୀଙ୍କ ଉପରେ ବି ପୋଲିସର ନଜର ରହିବ। ଦାଦାବଟି ଓ ପୂଜା ଚାନ୍ଦାକୁ ରୋକିବା ପାଇଁ ପୂର୍ବରୁ ନମ୍ବର ଜାରି କରିଛି ପୋଲିସ। ଖଟି ମାନଙ୍କରେ ଉପଦ୍ରବ ବନ୍ଦ ସହ ଡ୍ରଙ୍କନ୍ ଡ୍ରାଇଭ୍ କୁ ମଧ୍ୟ ବେଶ୍ ଗୁରୁତର ସହ ନେବାକୁ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ଯାହାକୁ ରାଜଧାନୀବାସିନ୍ଦା ସ୍ୱାଗତ କରିବା ସହ ପୂଜା ଶାନ୍ତି ଶୃଙ୍ଖଳାରେ ହେବା ନେଇ ଆଶା ରଖିଛନ୍ତି । ଟ୍ୱିନସିଟିରେ କ୍ରାଇମ ଫ୍ରି ପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏନେଇ ପ୍ରସ୍ତୁତ ହୋଇଛି ସ୍ପେଶାଲ ବ୍ଲୁ ପ୍ରିଣ୍ଟ।

Advertisment

Commissionerate Police Criminals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ