Advertisment

ଖେଳରେ ଖେଳରେ କୁକୁର ବଳି: କୁକୁର ଛୁଆକୁ ହତ୍ୟା କଲେ, ରକ୍ତ ପିଇଲେ

ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Children Enacts Bali Jatra

Children Enacts Bali Jatra

Advertisment

ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ବଲାଙ୍ଗିର ସହରଠାରୁ ମାତ୍ର ୧୦ କିଲୋମିଟର ଦୂର ପଣ୍ଡରାପିଟା ଗାଁରେ ପଶୁ ବଳି ପରମ୍ପରାର ପ୍ରଭାବ ପିଳାଙ୍କ ଉପରେ ଦେଖିବାକୁ ମିଳିଛି। ଯାହା ଜାଣିବା ପରେ ପରିବାର ଲୋକଙ୍କଠୁ ଆରମ୍ଭ କରି ସମସ୍ତେ ତାଜୁବ ହୋଇଯାଇଛନ୍ତି।

Advertisment

ସମ୍ପୃକ୍ତ ପିଲାମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ସେମାନଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଛି। ସମସ୍ତେ ତିନି ଡୋଜ୍ ଇଞ୍ଜେକ୍ସନ ନେଇ ସାରିଥିବାବେଳେ ଆସନ୍ତା ୧୬ ତାରିଖରେ ଶେଷ ଡୋଜ୍ ନେବେ ବୋଲି କୁହାଯାଇଛି। ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି।

ଗାଁ ଲୋକଙ୍କ କହିବା ଅନୁସାରେ, ପିଲାମାନେ ଗାଁର ଗୋଟିଏ ଜାଗାରେ ବଳି ଯାତ୍ରା ପାଳିଥିଲେ। ପିଲାଙ୍କ ଭିତରେ କିଏ କାଳିସୀ, କିଏ ବରୁଆ ତ କିଏ ଘାତକ ହୋଇଥିଲା। ବାଜା ବଜାଇ ବୁଲା କୁକୁର ଛୁଆକୁ ପାଟବୋଦା କରି ଶୋଭାଯାତ୍ରା କରିଥିଲେ। ଏହାପରେ ପରମ୍ପରା ଅନୁଯାୟୀ, କୁକୁର ଛୁଆକୁ ବଳି ଦେଇ ରକ୍ତ ପିଇଥିଲେ। 

Advertisment

ଏଠାରେ ପ୍ରଶ୍ନ ଉଠୁଛି, ଏହି ପରମ୍ପରାର ପ୍ରଭାବ ଆଗାମୀ ପିଢ଼ିର ପିଲାଙ୍କ ଭବିଷ୍ୟତ ଉପରେ ପଡ଼ିବ ନାହିଁ ତ ? ତେଣୁ ଏଭଳି ପରମ୍ପରାକୁ ମାନୁଥିବା ଲୋକମାନଙ୍କ ପାଇଁ ଏହି ଘଟଣା ଏକ ଚେତାବନୀ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ