Chain Snatchers Target Woman In Tamil Nadu
ଦିନ ଦ୍ୱିପ୍ରହରରେ କେତେବେଳେ ସର୍ବ ସମ୍ମୁଖରେ ଲୁଟ୍ ତ ଆଉ କେତେବେଳେ ଅଧ ରାତିରେ କଳା କନା ବୁଲାଉଛନ୍ତି ଲୁଟେରା। ବନ୍ଧୁକ ମୁନରେ ହେଉ କି ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟେରାମାନେ ସେମାନଙ୍କ ଲୁଟ୍କୁ ସଫଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଆଉ ଲୁଟେରାଙ୍କ କବଳରୁ ବଞ୍ଚିବା ପାଇଁ ଲୋକମାନେ ମଧ୍ୟ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥିତିରେ ଜଣେ ସାଧାରଣନାଗରିକ ଘର ଭିତରେ ହେଉ କି ଘର ବାହାରେ କେଉଁଠି ବି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। କାରଣ ଘର ଭିତରେ ବି ବିପଦ ଘର ବାହାରେ ବି। ଏଭଳି ଏକ ଲୁଟ୍ ଘଟଣା ଏବେ ସାମ୍ନାକୁ ଆସିଛି। ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ଜଣେ ମହିଳା ଲୁଟେରାଙ୍କ ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ତାମିଲନାଡୁର କୋଏମ୍ବାଟୁର ସୋମବାର ଦିନ ଏହି ଘଟଣା ଘଟିଛି।
ମହିଳା ଜଣକ ଏକାକୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରାମାନେ କାର୍ରେ ଆସି ତାଙ୍କ ବେକରୁ ଚେନ୍ ଟାଣି ଏହାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ନ୍ୟୁଜ୍ ଏଜେନ୍ସି ANI ଏହି ଭିଡିଓକୁ ଶେୟାର କରିଛି। ଯାହା ସୋସିଆଲ୍ ମଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, କୌଶଲ୍ୟା(୩୩) ନାମକ ଜଣେ ମହିଳା ଏକାକୀ ଗଳି ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଏହି ସମୟରେ ଏକ ଧଳା ରଙ୍ଗ କାର୍ ପଛପଟୁ ଆସିବା ସହ ଆଗ ସିଟ୍ରେ ବସିଥିବା ଜଣେ ବ୍ୟକ୍ତି ମହିଳାଙ୍କ ଅତି ନିକଟତର ହୋଇଥିଲେ। ଏହାପରେ କାର୍ ଭିତରୁ ମହିଳାଙ୍କ ବେକରୁ ଚେନ୍ ଟାଣିବା ପାଇଁ ଲୁଟେରା ଉଦ୍ୟମ କରିଥିଲା।
ହେଲେ କୌଶଲ୍ୟା ବେକରେ ଜୋର କରି ଚେନ୍କୁ ଧରିବା ସହ ଲୁଟେରାଙ୍କ ହାତରେ ଏହା ଲାଗିବାକୁ ଦେଇନଥିଲେ। ତେବେ କିଛି ପାଦ କାର୍ ତାଙ୍କୁ ଘୋଷାଡ଼ି ନେଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଏହାପରେ କାର୍ରେ ଥିବା ଲୁଟେରାମାନେ ଗାଡ଼ି ଧରି ସ୍ପିଡ୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଅଭିଯୋଗ ଆଧାରରେ କୋଏମ୍ବାଟୁର ସିଟି ପୋଲିସ୍ ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଅଭିଷେକ ଓ ଶକ୍ତିଭେଲଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1684296114.jpg)