Advertisment

ମିଳିବ କି ସୁରାକ? ସାମନାକୁ ଆସିଲା ନୂଆ ଭିଡିଓ

ଆତ୍ମାହୁତି ଉଦ୍ୟମ ଦିନ ପୀଡ଼ିତା ସାଇକେଲରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି । ଏହା ଜୁଲାଇ ୧୨ ତାରିଖ ଦିନ ୧୦ଟା ୪୪ ମିନିଟ ବେଳର ସିସିଟିଭି ଫୁଟେଜ ବୋଲି ଜଣାଯାଇଛି।

FM Victim Video

FM Victim Video

Advertisment

FM ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ତତ୍ପର ହୋଇଉଠିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ପୂର୍ବରୁ ଏଫଏମ୍ କଲେଜ ପ୍ରିନ୍ସିପାଲଙ୍କ ସମେତ ଅଧ୍ୟାପକଙ୍କୁ ବନ୍ଧା ହୋଇ ସାରିଛନ୍ତି। ଏହାପରେ ଗତ ରାତିରେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏହି ଘଟଣାର ତନ ତନ ଯାଞ୍ଚ କରୁଥିବା ବେଳେ ସାମନାକୁ ଆସିଛି ନୂଆ ସୁରାଗ୍ ।

Advertisment

ଆତ୍ମାହୁତି ପୂର୍ବରୁ ପୀଡ଼ିତା ସାଇକେଲରେ ଯାଉଥିବା ସିସିଟିଭି ଫୁଟେଜ୍ ସାମ୍ମାକୁ ଆସିଛି। ପୀଡ଼ିତାଙ୍କ ନିକଟରେ କିପରି ପେଟ୍ରୋଲ ପହଞ୍ଚିଲା ସେନେଇ ଏଯାଏ କ୍ରାଇମବ୍ରାଞ୍ଚ ହାତରେ କୌଣସି ଠୋସ୍ ପ୍ରମାଣ ଲାଗିନି। ଏହି ଅଡ଼ୁଆ ଖିଅକୁ ସଜାଡ଼ୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ନୂଆ ପ୍ରମାଣ । ଆତ୍ମାହୁତି ଉଦ୍ୟମ ଦିନ ପୀଡ଼ିତା ସାଇକେଲରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି । ଏହା ଜୁଲାଇ ୧୨ ତାରିଖ ଦିନ ୧୦ଟା ୪୪ ମିନିଟ ବେଳର ସିସିଟିଭି ଫୁଟେଜ ବୋଲି ଜଣାଯାଇଛି।
ଫକୀରମୋହନ କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ସିସିଟିଭି ଫୁଟେଜ୍ ସାମନାକୁ ଆସିଛି। ପ୍ରକୃତରେ ପୀଡ଼ିତା ସାଇକେଲରେ କୁଆଡ଼େ ଯାଉଥିଲେ ତାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଥଇସହ ଆଖପାଖରେ ଥିବା ଅନ୍ୟ ସିସିଟିଭି ଫୁଟେଜକୁ ବି ଖୋଜୁଛି କ୍ରାଇମବ୍ରାଞ୍ଚ।

ଏଫଏମ କଲେଜରେ ଛାତ୍ରୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ଘଟଣାର ୨୩ ଦିନ ପରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଛାତ୍ର ଦୁଇ ଜଣ ହେଲେ ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ବାଳ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।

Advertisment

ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ନିକଟରେ ଏସସିବିରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦୁଇ ଛାତ୍ରଙ୍କ ବିରୋଧରେ ପ୍ରମାଣ ପାଇଥିବା କୁହାଯାଉଛି।

ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଗିରଫ ପରେ ଉଭୟଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୂର୍ବରୁ ମାମଲାରେ କଲେଜର ବିଏଡ ମୁଖ୍ୟ ସମୀର ସାହୁ, କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଥିଲେ।

Advertisment

ଗତମାସ ୧୨ ତାରିଖରେ କଲେଜ ପରିସରରେ ଛାତ୍ରୀ ଜଣକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିବା ବେଳେ କଂଗ୍ରେସ , ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲେ।

CCTV Otv Attempt Self Immolation Probe In Petrol Pump Mishap CrimeBranch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ