CBI
ସିବିଆଇ ସାତ ବର୍ଷ ଧରି ଫେରାର ଥିବା ଜଣେ ଅଭିଯୁକ୍ତ ନସରିନ ତାଜକୁ ଗିରଫ କରିଛି । ସେ ୧୨.୬୩ କୋଟି ଟଙ୍କାର ଏକ ବ୍ୟାଙ୍କ ଠକେଇ ମାମଲାରେ ଜଡ଼ିତ ଥିଲା । ଅଭିଯୁକ୍ତକୁ ଖୋଜିବା ପାଇଁ ଉନ୍ନତ ପ୍ରଯୁକ୍ତିଗତ ଉପକରଣ ସହିତ ପାରମ୍ପରିକ ଅନୁସନ୍ଧାନ କୌଶଳକୁ ପ୍ରୟୋଗ କରିଥିଲା ସିବିଆଇ ଟିମ୍ ।
ଏହି ମାମଲାଟି ୨୦୦୯ରେ ୯ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପଞ୍ଜୀକୃତ ହୋଇଥିଲା । ସେମାନଙ୍କ ମଧ୍ୟରେ ସିଣ୍ଡିକେଟ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ଆସାଦୁଲ୍ଲା ଖାନ ଏବଂ ତାଙ୍କ ପତ୍ନୀ ନସରିନ ତାଜ ଅନ୍ତର୍ଭୁକ୍ତ ଥିଲେ। ଅଭିଯୁକ୍ତମାନେ ସିଣ୍ଡିକେଟ ବ୍ୟାଙ୍କକୁ ଠକେଇ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି ।
ନସରିନ ତାଜକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ସେ ସେଠାରେ ‘ମିସ୍ ସାଲମା’ ନାମକ ଏକ ନକଲି ପରିଚୟରେ ରହୁଥିଲା। ନସରିନ ତାଜର ନିଜର କୌଣସି ଆୟ ନଥିଲା । ସେ ୧କୋଟି ୨୦ ଲକ୍ଷ ଟଙ୍କାର ଅସ୍ଥାୟୀ ଓଭରଡ୍ରାଫ୍ଟ ଏବଂ ୫୫ ଲକ୍ଷ ଟଙ୍କାର କୃଷି ଋଣ ବ୍ୟାଙ୍କରୁ ନେଇଥିଲା । ସେ କୃଷି ପାଇଁ ଅର୍ଥ ବ୍ୟବହାର କରିବା ପରିବର୍ତ୍ତେ ଓଭରଡ୍ରାଫ୍ଟ ପରିଶୋଧ କରିବାକୁ ଏହାକୁ ଅନ୍ୟତ୍ର ବ୍ୟବହାର କରିଥିଲା । ଏହା ଋଣ ସର୍ତ୍ତଗୁଡ଼ିକର ଉଲ୍ଲଂଘନ ଥିଲା।
CBI ୨୦୧୦ରେ ଏକ ଚାର୍ଜଶିଟ ଦାଖଲ କରିଥିଲା । ଯେଉଁଥିରେ ତାକୁ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ୨୦୧୯ ପରେ ତାଜ ବିଚାର ପାଇଁ ହାଜର ହୋଇନଥିଲା । ତା ବିରୋଧରେ ଏକ ନନ୍-ବେଲେବୁଲ୍ ୱାରେଣ୍ଟ ଇସ୍ୟୁ ହୋଇଥିଲା । ୨୦୨୧ରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ତାର ସମ୍ପତ୍ତି ଜବତ କରିବାକୁ ଆଦେଶ ଦେଇଥିଲେ।ଗିରଫଦାରୀ ଏଡ଼ାଇବା ପାଇଁ ସେ ପରିବାର ସହ ସମ୍ପର୍କ ଛିନ୍ନ କରିଦେବା ସହ ନାମ ବଦଳାଇ ଦେଇଥିଲା । ସେ ‘ମିସ୍ ସାଲମା’ ନାମରେ ନକଲି ପରିଚୟରେ ରହୁଥିଲା। ଡିଜିଟାଲ ଫୁଟପ୍ରିଣ୍ଟ ବିଶ୍ଳେଷଣ, ଉନ୍ନତ ନିରୀକ୍ଷଣ ଉପକରଣ ଏବଂ ସ୍ଥାନୀୟ ଅନୁସନ୍ଧାନ ବ୍ୟବହାର କରି CBI ତାକୁ ଧରିବାରେ ସଫଳ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/CBI_1753103042.jpg)