Advertisment

ଚୋରର ଡାକ ଶୁଣିଲେନି ଭଗବାନ; ମୁଣ୍ତିଆ ମାରି ଚୋରି କରିଥିଲେ..ଏବେ ଧରା ପଡ଼ିଲେ..

ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।

ଅଦ୍ୟତନ ହୋଇଛି
man prays at temple before stealing donation money

Loot From Temple

Advertisment

ଏମିତିକା ଚୋର ଆପଣ କେବେ ଦେଖିନଥିବେ। ଚୋରି ପୂର୍ବରୁ ଠାକୁରଙ୍କ ଆଗରେ ପ୍ରାର୍ଥନା କରିଥିଲେ। ମୁଣ୍ତିଆଟେ ମାରି ଚୋରି କରିଥିଲେ। ହେଲେ ବି ଧରାପଡ଼ିଗଲେ। ସିସିଟିଭିରେ କଏଦ ହେଲା ଚୋରି ବେଳର ଭିଡିଓ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଘଟଣାଟି ରାଜସ୍ଥାନ ଅଲୱାର୍‌ରେ ଘଟିଛି।

Advertisment

ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଚୋରି ପୂର୍ବରୁ ଲୁଟେରା କରୁଛନ୍ତି ପୂଜାର୍ଚ୍ଚନା। ଠାକୁରଙ୍କଠୁ ଅନୁମତି ନେଲା ଭଳି ଚୋର କରୁଛନ୍ତି ଚୋରି। ସିସିଟିଭିରେ କଏଦ ହୋଇଛି ଏଭଳି କିଛି ଦୃଶ୍ୟ।

ରାଜସ୍ଥାନ ଅଲୱାରର ଆଦର୍ଶ ନଗରର ଏକ ମନ୍ଦିରରେ ଶନିବାର ଲୁଟ ହୋଇଛି। ମନ୍ଦିରର ଦାନବାକ୍ସ ସହ ଠାକୁରଙ୍କ ସୁନାଗହଣା ଚୋରି ହୋଇଥିବା ସିସିଟିଭିରେ କଏଦ ହୋଇଛି। ଗୋପେଶ ଶର୍ମା ନାମକ ଜଣେ ବ୍ୟକ୍ତି ଚୋରି କରିଥିବା ଜଣାପଡ଼ିଛି। କିନ୍ତୁ ଚୋରଟିର ଚୋରି ପ୍ରକ୍ରିୟା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସିସିଟିଭିରେ ଦେଖିବାକୁ ମିଳିଛି ଯେ, ଗୋପେଶ ପ୍ରଥମେ ମନ୍ଦିରର ତାଲା ଭାଙ୍ଗି ଭିତରେ ଥିବା ଦାନବାକ୍ସ ଓ ଗହଣା ନେଇ ଫେରାର୍‌ ହୋଇଯାଉଛନ୍ତି।

Advertisment

ଭିଡିଓରେ ଆଶ୍ଚର୍ଯ୍ୟର କଥା ହେଲା ଗୋପେଶ ଚୋରି ପୂର୍ବରୁ ଠାକୁରଙ୍କ ଆଗରେ ହାତ ଯୋଡ଼ି ପ୍ରଣାମ କରୁଛନ୍ତି। ଏହାପରେ ସେ ଦାନବାକ୍ସ ଓ ଅନ୍ୟାନ୍ୟ ଜିନିଷ ଧରି ଫେରାର୍‌ ହେଉଛନ୍ତି। ପୋଲିସ ଅଭିଯୁକ୍ତ ଗୋପେଶକୁ ଗିରଫ କରିଛି। ଗୋପେଶଙ୍କ ନାଁରେ ପୂର୍ବରୁ ମଧ୍ୟ ମନ୍ଦିରରୁ ସୁନାଗହଣା ଚୋରି ମାମଲା ରହିଛି। ସେ ବିଶେଷ କରି ରାଜସ୍ଥାନର ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରିଥିବା ପୋଲିସ କହିଛି।

Advertisment

ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି। ପଚରାଉଚରା ବେଳେ ଅଭିଯୁକ୍ତଙ୍କ ପୂର୍ବ ମାମଲା ନେଇ ପୋଲିସ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି।

Loot CCTV Footage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ