ଥାନା ଆଗରେ ଚୋରା ଗାଡି ଦେଖିଲେ ସୋ ରୁମ୍ ପରି ଲାଗୁଛି..

ଧାଡି ଧାଡି ହୋଇ ରହିଛି ବୋଲେରୋ ଲାଗୁଛି କେଉଁ ଗାଡ଼ି ଷ୍ଟାଣ୍ଡ ଭଳି ପ୍ରକୃତରେ ଏ କେଉଁ ଗାଡ଼ି ଷ୍ଟାଣ୍ଡ କି ଗ୍ୟାରେଜ ନୁହେଁ। ଏ ହେଉଛି ବଲାଙ୍ଗିର ସଦର ଥାନା ପରିସରର ଦୃଶ୍ୟ। ଚୋରି ଗାଡି ସବୁ ଜବତ ହୋଇ ଏଠାରେ ରହିଛି ।

ସଫଳ ହେଲା ବର୍ଷେ ହେଲା ପୋଲିସ ଚଳାଇଥିବା ଅପରେସନ । ଗାଡି ଚୋରି ରାକେଟର ୧୭ଜଣିଆ ଗ୍ୟାଙ୍ଗ ମଧ୍ୟରୁ ୧୨ ସଦସ୍ୟଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ। ତାସହ ଅଭିଯୁକ୍ତଙ୍କଠାରୁ ୨୨ଟି ଚୋରି ଗାଡି ଜବତ ହୋଇଛି । ଜବତ ଗାଡିର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ଏଥିସହ ୧୫ ଲକ୍ଷ ଟଙ୍କାର ଚୋରି ଗାଡି ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଛି ପୋଲିସ। ଲୁଟେରା ଗ୍ୟାଙ୍ଗର ଅନ୍ୟ ୫ ସଦସ୍ୟଙ୍କୁ ଧରିବା ଲାଗି ପୋଲିସ ପ୍ରୟାସ ଜାରି ରଖିଛି।

ଧାଡି ଧାଡି ହୋଇ ରହିଛି ବୋଲେରୋ ଲାଗୁଛି କେଉଁ ଗାଡ଼ି ଷ୍ଟାଣ୍ଡ ଭଳି ପ୍ରକୃତରେ ଏ କେଉଁ ଗାଡ଼ି ଷ୍ଟାଣ୍ଡ କି ଗ୍ୟାରେଜ ନୁହେଁ। ଏ ହେଉଛି ବଲାଙ୍ଗିର ସଦର ଥାନା ପରିସରର ଦୃଶ୍ୟ। ଚୋରି ଗାଡି ସବୁ ଜବତ ହୋଇ ଏଠାରେ ରହିଛି । ଏକ ବଡଧରଣର ଗାଡି ଚୋରି ରାକେଟର ପର୍ଦ୍ଦାଫାସ କରିଛି ବଲାଙ୍ଗିର ପୋଲିସ। ୨୨ଟି ଚୋରା ଗାଡ଼ି ଜବତ ସହ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ଗାଡି ମଧ୍ୟରେ ରହିଛି ବୋଲେରୋ, ପିକ୍ଅପ ଭ୍ୟାନ୍, ଅଲଟୋ । ଏସବୁ ଗାଡି ଆନ୍ଧ୍ରପ୍ରଦେଶ ସୀମା ସହ ବରଗଡ, ସିନାପାଲି ଭଳି ବିଭିନ୍ନ ସ୍ଥାନରୁ ଜବତ ହୋଇଛି । ଜବତ ଗାଡ଼ିର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ତାସହ ୧୫ ଲକ୍ଷ ଟଙ୍କାର ଗାଡ଼ି ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି । ଗାଡ଼ି ଚୋରି ଘଟଣାରେ ମୋଟ୍ ୫୨ଟି ମାମଲା ରୁଜୁ ହୋଇଛି ଏହି ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ