Advertisment

ଖୋଲୁଛି ମାନସ ମୃତ୍ୟୁ ରହସ୍ୟ, ପଳାସପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ।

Cameraman Manas Swain Murder Case

Cameraman Manas Swain Murder Case

Advertisment

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍‌ ଜାରି ରହିଛି। କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। ଲୋକଙ୍କ ଭିଡ଼ ଯୋଗୁ ଅଳ୍ପ ସମୟରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ସାରି କ୍ରାଇମବ୍ରାଞ୍ଚ ଟିମ୍‌ ଫେରିଥିଲା। 

Advertisment

କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ଶର୍ମିଷ୍ଠାଙ୍କୁ ଚାନ୍ଦବାଲି, ଦୟାଲ ଆଶ୍ରମ ଓ ରଣପୁର ନିଆଯିବା ନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଥିଲେ। ନୟାଗଡ଼ର ଶବ ପୋତାଯାଇଥିବା ସ୍ଥାନକୁ ମଧ୍ୟ ଶର୍ମିଷ୍ଠାଙ୍କୁ ନିଆଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି କହିଥିଲେ। 

ଅନ୍ୟପକ୍ଷେ, ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଛି। ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରାଯାଇଥିବା କଥା କଥା ରଞ୍ଜନ ସ୍ୱୀକାର କରିଛି। 

Advertisment

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳି ରଞ୍ଜନ କହିଛି ଯେ, ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀ ସହ ଅନ୍ୟମାନେ ମାନସଙ୍କୁ ପିଟିଥିଲେ। ପିଟି ପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ନୟାଗଡ଼ ଜିଲ୍ଲା ରଣପୁର ନିଆଯାଇ ଥିଲା। ନୟାଗଡ଼ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ। ଫେରିବା ବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ି ଦିଆଯାଇଥିଲା। 

ରଞ୍ଜନ ଆହୁରି କହିଛି ଯେ, ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖାକୁ ପୋଡ଼ି ଦିଆଯାଇଥିଲା। ଏପରିକି ଗାତ ଖୋଳିଥିବା କୋଦାଳ, ଗଇଁତିକୁ ସେଠାରେ ଥିବା ବୁଦାମୂଳକୁ ଫିଙ୍ଗି ଦିଆଯାଇ ଥିଲା।’

Advertisment
Cameraman Manas Swain Murder Cameraman Manas Swain Sarmistha Rout Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ