Advertisment

ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ, ପରେ ଅକଥନୀୟ ନିର୍ଯାତନା; ଶେଷରେ..

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ ଓ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

businessman kidnapped

businessman kidnapped

Advertisment

ଭୁବନେଶ୍ୱର: ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ ଓ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଶେଷରେ ଟଙ୍କା ମିଳିବା ପରେ ଅପହରଣକାରୀମାନେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ବ୍ୟବସାୟୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅପହରଣ ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରେ ବଡ଼ବିଲର ଜଣେ ବ୍ୟବସାୟୀ ଓ କେନ୍ଦ୍ରାପଡ଼ାର ତାଙ୍କର ଜଣେ ସହଯୋଗୀଙ୍କୁ ଅଭିଯୁକ୍ତମାନେ ଭୁବନେଶ୍ୱର ଡାକିଥିଲେ। ଏହାପରେ ସେମାନେ ଉଭୟଙ୍କୁ ରଘୁନାଥପୁରରେ ରଖିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ମାଗି ଥିଲେ।

Advertisment

ଟଙ୍କା ନମିଳିବା ପର୍ଯ୍ୟନ୍ତ ଅପହରଣକାରୀମାନେ ଉଭୟଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ମାରିବା ଓ ସିଗାରେଟ୍‌ ଚେଙ୍କ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ୫୦ ହଜାର ଟଙ୍କା ମିଳିବା ପରେ ଅପହରଣର ୨ ଦିନ ପରେ ଅପହରଣକାରୀମାନେ ଉଭୟଙ୍କୁ ଛାଡ଼ି ଦେଇଥିଲେ। ଘଟଣାକୁ ନେଇ ନନ୍ଦନକାନନ ଥାନାରେ ସମ୍ପୃକ୍ତ ବ୍ୟବସାୟୀଙ୍କ ସହଯୋଗୀ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲାରେ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। 

Bhubaneswar Odisha Businessman Kidnapped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ