Advertisment

ପୂର୍ବ ଶତ୍ରୁତାରୁ ଶାଳୀକୁ ହାଣି ହତ୍ୟା କଲା ଭିଣୋଇ : ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ପୂର୍ବ ଶତ୍ରୁତା ପାଇଁ ଚାଲିଗଲା ଜୀବନ ।

death

death

Advertisment

ବଇରୀ ସାଜିଲା ଭିଣୋଇ ।ଶାଳୀକୁ ଜୀବରୁ ମାରିଦେଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମଦ୍ୟପ ଭିଣୋଇ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଘଟିଛି ଏଭଲି ହତ୍ୟାକାଣ୍ଡ ।

Advertisment

ସପ୍ତାହ ତଳେ ଶାଳୀ ସରସ୍ୱତୀ ଭୋଇଙ୍କ ଭିଣୋଇ ଚରଣ ବାଘ ପରିବାର ସହିତ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା । ଶାଳୀ ସରସ୍ୱତୀ ଭିଣୋଇ ଚରଣ ଭୋଇର ପୁଅକୁ ମାଡ ମାରିଥିଲା । ସେହି ସମୟରେ ଚରଣ ବାଘ କିଛି କହି ନଥିଲେ ସୁଦ୍ଧା ମନେ ମନେ ରାଗ କୁହୁଳୁଥିଲା । ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ।

ଯୋଜନା ଅନୁସାରେ ଚରଣ ବାଘ ଛକି ବସିଥିଲା । ସରସ୍ୱତୀ ଭୋଇ ଗାଁ ପୋଖରୀକୁ ଯାଉଥିବା ବେଳେ ଏକୁଟି‌ଆ ଦେଖି ଟାଙ୍ଗିଆରେ ଆକ୍ରମଣ କରିଥିଲା । ତେବେ ଅତର୍କିତ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଶାଳୀର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ଖବର ପାଇବାପରେ ରେଢାଖୋଲ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

Advertisment

ରମାକାନ୍ତ ମହାନନ୍ଦ, ରେଢ଼ାଖୋଲ

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ