Advertisment

କଳହର କରୁଣ ପରିଣତି: ଭାଇକୁ ଖଣ୍ଡାରେ ହାଣିଲା ଭାଇ

ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବେ ଆକ୍ରମଣର ଫୁଟେଜ ବି ସାମ୍ନାକୁ ଆସିଛି...

undefined

Crime

Advertisment

ଭାଇକୁ ଖଣ୍ଡାରେ ହାଣିଲା ଭାଇ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡାରେ ଘଟିଛି ଏଭଳି ଘଟଣା। ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ପ୍ରକାଶ ବେହେରା ବୋଲି ଜଣାପଡ଼ିଛି। ସାମାନ୍ୟ କଳହକୁ କେନ୍ଦ୍ରକରି ପ୍ରକାଶଙ୍କୁ ତାଙ୍କ ସାନଭାଇ ରାକେଶ ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଏମିତିକି ହାଣିବା ପରେ ସିଗାରେଟ ଟାଣି ଫଟୋ ପୋଜ୍ ଦେଇ ଫେସବୁକରେ ପକାଇ ଥିବା ଅଭିଯୋଗ ହୋଇଛି।

Advertisment

ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବେ ଆକ୍ରମଣର ଫୁଟେଜ ବି ସାମ୍ନାକୁ ଆସିଛି I ଗତ ୩୦ ତାରିଖରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏପଟେ ଅଭିଯୁକ୍ତ ଜଣକ ଫେରାର ଥିବା ସୂଚନା ମିଳିଛି ।

CrimeInBhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ