Advertisment

ହତ୍ୟାକାରୀ ସାଜିଲା ପ୍ରେମିକ, ପଥରରେ ଛେଚି ମାରିଲା

ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ପ୍ରେମିକାକୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ। ତେବେ ଏହି ଘଟଣାକୁ ନେଇ ପ୍ରେମିକ କୁହନ୍ତି ଯେ ସେ ଏହି ହତ୍ୟା କରି ନାହାନ୍ତି।

Boy friend killed girl friend

Boy friend killed girl friend

Advertisment

ପ୍ରେମିକ ସାଜିଲା ସଇତାନ। ହେଇଗଲା ପ୍ରେମିକାର ହତ୍ୟାକାରୀ। ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ପ୍ରେମିକାକୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାର ଖୁଣ୍ଟା ଥାନା ରାଇଡିହି ଗ୍ରାମରେ।

Advertisment

ସୂଚନା ମୁତାବକ ବାସିପିଠା ଅଞ୍ଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗ୍ରାମର ବୁଦ୍ଧୁନି ହେମ୍ବ୍ରମ୍(୩୫) ଗୁରୁବାର ରାଇଡିହି ଗ୍ରାମକୁ ବୁଲିବାକୁ ଯାଇଥିଲେ। ରାଇଡିହି ଗ୍ରାମରେ ବୁଦ୍ଧୁନିଙ୍କ ଏକ ସଂପର୍କୀୟ ଘର ହୋଇଥିବା ବେଳେ ସେଠାରୁ ଫେରି ଉଭୟ ଏକ ବାଇକ୍‌ରେ ବୁଲିବାକୁ ଯାଇଥିଲେ। ରାଇଡିହି ନିକଟରେ ପ୍ରବାହିତ ଏକ ନଦୀ ନିକଟରେ ବୁଦ୍ଧୁନି ଗାଧୋଇବାକୁ ଯାଇଥିବା ବେଳେ ମୁନୁ ତାଙ୍କ ପଛରେ ଯାଇଥିଲେ।

କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା। ଯାହା ଏତେ ଉଗ୍ରରୂପ ନେଇଥିଲା ଯେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ। ମୁନୁ ଏକ ବଡ ପଥରରେ ବୁଦ୍ଧୁନିକୁ ଆକ୍ରମଣ କରିଥିବା ବେଳେ ବୁଦ୍ଧୁନି ତଳେ ପଡିଯିବା ପରେ ମୁନୁ ତାକୁ ଏକ ପଥରରେ ଛେଚି ହତ୍ୟା କରିଥିଲା । ଅନ୍ୟପଟେ ଉଭୟ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ବୁଦ୍ଧୁନିଙ୍କ ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି।

Advertisment

ଏହି ଘଟଣାକୁ ନେଇ ମୁନୁ ଟୁଡୁ କୁହନ୍ତି ଯେ ସେ ଏହି ହତ୍ୟା କରି ନାହାନ୍ତି। କେହି ଜଣେ ମହିଳା ଆସି ତାଙ୍କୁ ପ୍ରଥମେ ପଥରରେ ଆକ୍ରମଣ କରିଥିଲେ ଏବଂ ସେ ଚେତାଶୂନ୍ୟ ହୋଇଯିବା ପରେ ଏହି ଘଟଣା ଘଟିଥିବା ସେ କୁହନ୍ତି।

କପ୍ତିପଦା ଉପଖଣ୍ଡ ପୋଲିସ୍ ଅଧିକାରୀ ସାର୍ଥକ ରାୟ କୁହନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ସେମାନଙ୍କ ମଧ୍ୟରେ ଝଗଡା ପରେ ପରସ୍ପରକୁ ଆକ୍ରମଣ କରିଥିଲେ।

Advertisment

ଏହି ଖବର ଜଣାପଡିବା ପରେ ଖୁଣ୍ଟା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧୁନିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ସହିତ ଅଭିଯୁକ୍ତ ମୁନୁକୁ ପୋଲିସ୍ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବା ବେଳେ ଉଭୟ ପ୍ରେମିକ ଓ ପ୍ରେମିକା ବୋଲି ଜଣାଯାଇଛି। ତେବେ କେଉଁ କାରଣରୁ ବଚସା ହେଲା, କେବଳ ବଚସାରୁ ଏଭଳି ଘଟଣା ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ପୋଲିସ୍ ତଦନ୍ତ ଜାରି ରହିଛି ।

(ରିପୋର୍ଟ: ଉଦଳାରୁ ମାନସ ପାଣି)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ