Body Of The Girl Recovered At Rairakhol Railway Station
ରେଢ଼ାଖୋଲ: ‘ବାହା ହେବି ବୋଲି କଥା ଦେଇ ଶାରୀରିକ ସମ୍ପର୍କ ରଖିଲା। ହେଲେ ପରେ କଥା ଦେଇ କଥା ରଖିଲା ନାହିଁ। ବିବାହ ପାଇଁ ରାଜି ହେଲା ନାହିଁ। ବାହାଘର କଥା କହିବାରୁ କହିଲା, ତୋତେ ବର୍ବାଦ୍ କରିବାର ଥିଲା କରି ଦେଲି। ତୁ ମରିଗଲେ ବି ତୋତେ ବାହା ହେବିନାହିଁ। ଶେଷରେ ମୋତେ ମରିବାକୁ ବାଧ୍ୟ କଲା’। ଗତକାଲି ସମ୍ବଲପୁର ରେଢ଼ାଖୋଲରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କର ଜୀବନ ହାରିବା ପଛର କାରଣ ସେ ନିଜେ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ପ୍ରେମ ଓ ପ୍ରତାରଣା ଯୋଗୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଯୁବତୀ ଜଣକ ଚାରମାଳ ଥାନା ଅନ୍ତର୍ଗତ କରଡ଼ାପାଲ ଗାଁର ରଞ୍ଜିତା ଧଳ ବୋଲି ଚିହ୍ନଟ ହୋଇଛନ୍ତି। ରେଲ୍ୱେ ଟ୍ରାକ୍ ନିକଟରୁ ମିଳିଥିବା ତାଙ୍କର ଏକ ବ୍ୟାଗ ମିଳିଥିଲା। ଯେଉଁଥିରେ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ୍ ଜବତ କରିଛି ପୋଲିସ୍। ଝିଅର ମୃତ୍ୟୁ ପାଇଁ ଜଣେ ବିବାହିତ ବ୍ୟକ୍ତିଙ୍କୁ ପରିବାର ଲୋକ ଦାୟୀ କରିଛନ୍ତି। ପୋଲିସ୍ ମୃତଦେହ ଉଦ୍ଧାର କରି ମାମଲାର ତଦନ୍ତ ଚଳାଇଛି।
ଗତକାଲି ସମ୍ବଲପୁର ରେଢାଖୋଲ ରେଳ ଷ୍ଟେସନ ନିକଟରେ ମାଲ୍ବାହୀ ଟ୍ରେନ୍ ଆଗକୁ ଡେଇଁ ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ। ଯୁବତୀଙ୍କ ବୟସ ୨୦ରୁ ୨୫ ହେବ ବୋଲି ଜଣାପଡ଼ିଥିଲା। ଯୁବତୀ ଜଣଙ୍କ ରେଲ୍ୱେ ଟ୍ରାକ୍ ନିକଟରେ ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ସେ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ଏହାପରେ ଏକ ମାଲ୍ବାହା ଟ୍ରେନ୍ ଆସିବାରୁ କେହି କିଛି ବୁଝିବା ଆଗରୁ ସେ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ସେହି ସମୟରେ ତାଙ୍କ ପରିଚୟ ମିଳିପାରିନଥିଲା। ହେଲେ ପରେ ତାଙ୍କ ପରିଚୟ ଜଣାପଡ଼ିଛି। କରଡ଼ାପାଲ ଗାଁର ରଞ୍ଜିତା ଧଳ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_______1636863260.jpg)