Ruchika Death Case
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଷ୍ଟାଟସ୍ ରିପୋର୍ଟ ମାଗିଲେ ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ । ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା । ଆଜି ସୁଦ୍ଧା ତଦନ୍ତର ଅଗ୍ରଗତି ରିପୋର୍ଟ ଜଣାଇବାକୁ ଭୁବନେଶ୍ୱର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ ।
ଗତ ଜୁଲାଇ ୨ ତାରିଖରେ ବିଜେବି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷ ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ଘଟଣା ଆଗକୁ ଆସିବା ପରେ କଲେଜ ପରିସର ହୁଲସ୍ତୁଲ୍ ହୋଇ ଉଠିଥିଲା । ରୁଚିକାଙ୍କ ରୁମରୁ ମିଳିଥିବା ହାତଲେଖା ଏବଂ ପରିବାର ଲୋକଙ୍କ ଅଭିଯୋଗରୁ ଜଣାପଡିଥିଲା ଯେ କିଛି ସିନିୟର ଛାତ୍ରୀ ରାଗିଂ କରୁଥିବାରୁ ରୁଚିକା ଆତ୍ମହତ୍ୟା କରିଥାଇପାରନ୍ତି ।
ପୂର୍ବରୁ ପରିବାର ଲୋକଙ୍କୁ ବି ଫୋନ୍ରେ ଏନେଇ ରୁଚିକା ଜଣାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଯେଉଁ ମାନେ ରାଗିଂ କରିଥିଲେ ସେମାନଙ୍କୁ ତୁରନ୍ତ ବାହାର କରିବାକୁ ଦାବି କରିଥିଲେ ରୁଚିକାଙ୍କ ପରିବାର । ଏନେଇ ବିଭିନ୍ନ ସଂଗଠନ ତଥା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665575413.jpg)