Advertisment

କୋଟିପତି ନିଶା ବେପାରୀଙ୍କ ୬କୋଟିର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ

ନିଶା ବେପାର କରି କୋଟିପତି ହୋଇଥିଲା ନିଶା ବେପାରୀ, ଏବେ ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତହୋଇଛି ।

ଅଦ୍ୟତନ ହୋଇଛି
drug-dealers-property-seized-

drug-dealers-property-seized-

Advertisment

କୋଟିପତି ନିଶା ବେପାରୀର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକଙ୍କ ପାଖାପାଖି ୬ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ କରିଛି କୋଲକତା ସ୍ଥିତ ଅର୍ଥ ମନ୍ତ୍ରାଳୟର କମ୍ପିଟେଣ୍ଟ ଅଥରିଟି ।

Advertisment

ଜବତ ହୋଇଥିବା ସମ୍ପତି ମଧ୍ୟରେ ୪.୫୨ କୋଟି ଟଙ୍କାର ସୁନା ଅଳଙ୍କାର, ଘରେ ଥିବା ନଗତ ୭୫ଲକ୍ଷ ଟଙ୍କା, ବ୍ୟାଙ୍କ ଏନକାଉଣ୍ଟରେ ଜମା ଥିବା ୫ଲକ୍ଷ ଟଙ୍କା, ୩ଲକ୍ଷ ଟଙ୍କାର ଏଲଆଇସି ପଲିସି, ୩୨ ଲକ୍ଷ ଟଙ୍କା ମୂଲ୍ୟର ଜମି ବାଜ୍ୟାପ୍ତ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୧ ମସିହା ଅକ୍ଟୋବର ୨୨ ,ତାରିଖରେ ରଜନୀକାନ୍ତ ପଟ୍ଟନାୟକ ନିଜ ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢ଼ାଉ କରିଥିଲା । ପରେ ତାଙ୍କ ଘରେ ଚଢ଼ାଉ କରି ୩୫ କିଲୋ ଗଞ୍ଜେଇ, ୧୦କିଲୋ ଅଫିମ ଜବତ କରିଥିଲା ପୋଲିସ । ଚଢ଼ାଉ ସମୟରେ ରଜନିକାନ୍ତଙ୍କ ଘରୁ ୮ କେଜି ୫୦୦ ଗ୍ରାମ ସୁନା ଅଳଙ୍କାର, (ଯାହାର ମୂଲ୍ୟ ସାଢେ ଚାରି କୋଟି ଟଙ୍କା ) ଓ ନଗତ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା ।

Advertisment

ଖଲ୍ଲିକୋଟ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ପୋଲିସ ରଜନୀକାନ୍ତଙ୍କ ଅର୍ଥନୈତିକ କାରବାର ତଦନ୍ତ କରିବାକୁ କମ୍ପିଟେଣ୍ଟ ଅଥରିଟି ଅନୁରୋଧ କରିଥିଲେ । ଅଥରିଟି ଏକ ମାମଲା ରୁଜୁ କରି ମାସକ ମଧ୍ୟରେ ତଦନ୍ତ ସହ ବିଚାର ଶେଷ କରିଥିଲା । ଅଥରିଟି ନିକଟରେ ସମ୍ପତି କେମିତି ରୋଜଗାର କରିଛନ୍ତି, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ରଜନିକାନ୍ତ । ଯାହା ଫଳରେ ଜୁନ୪ ତାରିଖରେ ତାଙ୍କ ସମ୍ପତି ବାଜ୍ୟାପ୍ତ କରାଯାଇଥିବା ନେଇ କମ୍ପିଟିଟି ଅଥରିଟି ଥାନା ଅଧିକାରୀଙ୍କୁ ମେଲ୍ ଯୋଗେ ସୂଚନା ଦେଇଛନ୍ତି ।

ରିପୋର୍ଟ- ସିଲୁ ବିଶ୍ୱାଳ, ଖଲିକୋଟ୍‌

Billionaire Drug Dealers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ