Advertisment

ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ହରଡ଼ଘଣାରେ ଆଇପିଏସ୍ ଅଧିକାରୀ

ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
Bihar IPS officer surrenders in case for creating fake WhatsApp profile of judge

Bihar IPS officer surrenders in case for creating fake WhatsApp profile of judge

Advertisment

ଠକେଇରେ ଜଡ଼ିତ ଥିବା ଲୋକଙ୍କୁ ପୋଲିସ ସାବାଡ଼ କରେ। ଏମିତି ଖବର କିଛି ନୁହେଁ। କିନ୍ତୁ ଯେତେବେଳେ ଜଣେ ଆଇପିଏସ୍ ଆଧିକାରୀ ଠକେଇ କରି ଧରାପଡ଼ନ୍ତି ? ଏମିତି ଏକ ଖବର ଏବେ ବିହାରରୁ ସାମ୍ନାକୁ ଆସିଛି। ଏହି ଠକେଇ ମାମଲା ପଛରେ ଏକ ସଂଗୀନ ଅପରାଧ ଜଡ଼ିତ ଥିବାରୁ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ଆତ୍ମସପର୍ପଣ କରିବାକୁ କୁହାଯାଇଛି।

Advertisment

ପୋଲିସ ସୂତ୍ରରୁ ପ୍ରକାଶଯେ, ଆଦିତ୍ୟ କୁମାର ନାମକ ଜଣେ ଆଇପିଏସ୍ ଅଧିକାରୀଙ୍କ ସହ ବିହାର ମଦ ମାଫିଆଙ୍କ ସଂପର୍କ ନେଇ ଅଭିଯୋଗ ଉଠିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ଏହି ମାମଲା କୋର୍ଟକୁ ଯାଇଥିଲା। ଏହା ପରେ ଆଦିତ୍ୟ କୁମାରଙ୍କ ଗିରଫଦାରୀ ଆଶଙ୍କା ବୃଦ୍ଧି ପାଇବାରୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଏହା ଖାରଜ ହୋଇଯିବା ପରେ ତାଙ୍କ ମୁଣ୍ଡରେ ଖଳବୁଦ୍ଧି ପଶିଥିଲା।

ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ। ଏପରିକି ତତ୍କାଳୀନ ବିହାର ଡିଜିପି ଏସ୍‌କେ ସିଂଘଲଙ୍କୁ ଏହି ଆକାଉଣ୍ଟରୁ ମେସେଜ୍ ଦେଇ ମାମଲା ରଫାଦଫା କରିବାକୁ ଉସୁକାଇଥିଲେ।

Advertisment

ଖାଲି ସେତିକି ନୁହେଁ, ଏହି ଆକାଉଣ୍ଟ ଜରିଆରେ ମଦ ଦୁର୍ନୀତି ସଂକ୍ରାନ୍ତ କେତେକ ଗୁରୁତ୍ୱପୂଣ୍ଣ ଦସ୍ତାବିଜକୁ ଏପଟସେପଟ କରିବାକୁ ମଧ୍ୟ ଚାପ ପ୍ରୟୋଗ କରିଥିଲେ। ତେବେ ଚୋରଘର ସବୁବେଳେ ଅନ୍ଧାର ନଥାଏ। ନିଜେ ଆଇପିଏସ୍ ଆଦିତ୍ୟ କୁମାର ଏଭଳି ନକଲି ଆକାଉଣ୍ଟ ଖୋଲି ସବୁ କାରନାମା କରିଥିବା ଜଣାପଡ଼ିଯିବା ପରେ ମାମଲାଟି ଆହୁରି ସଂଗୀନ ହୋଇଗଲା।

ଏବେ ଆଦିତ୍ୟକୁମାରଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଏହି ମାମଲାର ପୂରା ବିବରଣୀ ଦେବାକୁ ବିହାର ଅର୍ଥନୈତିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୨ ତାରଖରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ।

Advertisment
WhatsApp IPS Officer Judge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ