Advertisment

ଘର ସାମ୍ନାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଅଦ୍ୟତନ ହୋଇଛି
BJP leader Sanjeev Mishra

murder

Advertisment

ପୁଣି ଜଣେ ନେତାଙ୍କୁ ଗୁଳି କରି ହତ୍ୟା। ବିହାରର କଟିହାର ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ନେତା ସଞ୍ଜୀବ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାଇକରେ ଆସି ଦୁଇ ଜଣ ଅଜ୍ଞାତ ଦୁର୍ବୃତ୍ତ ବିଜେପି ନେତାଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ମାରିଛନ୍ତି। କଟିହାରର ଏହି ଅଞ୍ଚଳ ବିହାର-ବେଙ୍ଗଲ ସୀମା ନିକଟରେ ଅବସ୍ଥିତ। ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment

ତେଲତା ଥାନା ଅଞ୍ଚଳର ଏହି ଅଘଟଣ ଘଟିଛି । ବିଜେପି ନେତା ସଞ୍ଜୀବ ମିଶ୍ରଙ୍କୁ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଉ ଏହି ଗୁଳିମାଡ଼ରେ ସେ ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ମୃତ ସଞ୍ଜୀବ ମିଶ୍ର ବିହାର-ବଙ୍ଗ ସୀମା ସ୍ଥିତ ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ରାଜନୀତିରେ ଜଣେ ସକ୍ରିୟ କର୍ମୀ ।

ଏହାପୂର୍ବରୁ ମଧ୍ୟ ବିଧାନ ପରିଷଦ ନିର୍ବାଚନ ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଆଉ ଆଜି ସକାଳେ ତାଙ୍କୁ ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଗୁଳିମାଡ଼ରରେ ସେ ପ୍ରାଣ ହରାଇଛନ୍ତି । ରାଜନୈତିକ ଶତ୍ରୁତା କାରଣରୁ ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି । ଏହି ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

Advertisment

ସେପଟେ ଏହି ଘଟଣା ପରେ ତାତି ଉଠିଛନ୍ତି ସାଧାରଣ ଜନତା । ରାସ୍ତା ଅବରୋଧ କରିବା ସହ ଭଙ୍ଗାରୁଜା ଆରମ୍ଭ କରିଛନ୍ତି । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ସହର ଚାରିଆଡ଼େ ଜଗି ରହିଛନ୍ତି ପୋଲିସ୍‌ କର୍ମୀ ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ