ରାଜଧାନୀରେ କର୍ପୋରେଟରଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଦୁର୍ବୃତ୍ତ

ସହିଦନଗର ଥାନାରେ ଏତଲା ଦେଲେ ଜୀବନ ରାଉତ । ବିଜେପିର ବହୁ ନେତାଙ୍କ ସହ ଆସି ଦେଲେ ଏତଲା ।

Corporator

ଭୁବନେଶ୍ୱର ମହାନଗର ନିଗମର ୨୯ ନମ୍ବର ଓ୍ୱାର୍ଡ ବିଜେପି କର୍ପୋରେଟର ଜୀବନ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ସହିଦନଗର ଥାନାରେ ଏତଲା ହୋଇଛି । ବିଜେପିର ବହୁ ନେତାଙ୍କ ସହ ଆସି ଏତଲା ଦେଇଛନ୍ତି ଜୀବନ । ସେ ଅଭିଯୋଗ କରିଛନ୍ତି, ମଙ୍ଗଳବାର ରାତି ୧୨ଟା ବେଳକୁ ସେ କାମ ସାରି ନିଜ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ, ପ୍ରାୟ ୨୫ ରୁ ୩୦ ଜଣ ଆକ୍ରମଣ କରିଥିଲେ ।

ବିଜେଡି ବିଧାୟକଙ୍କ ବିରୋଧରେ ରାଜନୀତି କରୁଥିବା ଅଭିଯୋଗ ଆଣି ରଡ ଓ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତମାନେ । ଆକ୍ରମଣ ଯୋଗୁଁ ତାଙ୍କର ହାତ ଭାଙ୍ଗିଯାଇଛି । କିଛିଦିନ ତଳେ ବିଜେଡିର ଜଣେ କର୍ମୀଙ୍କୁ ବିଜେପିରେ ମିଶାଇଥିବା କାରଣରୁ ରାଗ ରଖି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଜୀବନ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।