Advertisment

ତିନି ସପ୍ତାହର ଶିଶୁକନ୍ୟାକୁ ଛାଡ଼ି ବାପାମାଆ ଛୁ..

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଝିଅକୁ ଛାଡ଼ି ପଳାଗଲେ ବାପା। ଫୋନ୍‌ କଲେ ମଧ୍ୟ ଉଠାଉ ନାହାନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍‌ ପୋଲିସ୍‌କୁ ଅବଗତ କରାଇଛନ୍ତି।

New Born Baby

New Born Baby

Advertisment

ଝିଅ ଛୁଆ ହେଲା ବୋଲି ଛାଡ଼ିଦେଲେ। ଶିଶୁକନ୍ୟାକୁ ମେଡିକାଲରେ ଛାଡ଼ି ବାପା ମାଆ ଫେରାର। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା। କ୍ୟାପିଟାଲ ହସ୍ପିଟାଲରେ ମାତ୍ର ତିନି ସପ୍ତାହର ଶିଶୁକନ୍ୟାକୁ ଛାଡ଼ି ବାପା ମାଆ ଛୁ ମାରିଛନ୍ତି।

Advertisment

ନୟାଗଡ଼ରୁ ନବଜାତକୁ ଚିକିତ୍ସା ପାଇଁ SCB ମେଡିକାଲରେ ଭର୍ତ୍ତି କରିଥିଲେ। ପରେ କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା। ୪ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେବେଠୁ ସେମାନଙ୍କ କୌଣସି ପତ୍ତା ନାହିଁ। ହସ୍ପିଟାଲ ପକ୍ଷରୁ ଯୋଗାଯୋଗ କରିଥିଲେ ବି ଫୋନ୍ ବନ୍ଦ ରହିଛି। ଥାନାରେ ଏନେଇ ଏତଲା ଦିଆଯାଇଛି। ଏବେ ଶିଶୁକନ୍ୟାଟି SNCUରେ ଚିକିତ୍ସାଧୀନ ଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ।

କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ପ୍ରଶାନ୍ତ ନାୟକଙ୍କ ପତ୍ନୀ ମମତା ନୟାଗଡ଼ ମେଡ଼ିକାଲ୍‌ରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ଛୁଆର ଓଜନ ୮୬୦ ଗ୍ରାମ୍‌ ଥିଲା। ତେଣୁ ଶିଶୁଟିକୁ ଏସ୍‌ଏନ୍‌ସିୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ରୁ ୩ ଦିନ ଗତ ୧୮ ତାରିଖରେ ପ୍ରଶାନ୍ତ ଛୁଆକୁ ଧରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସିଥିଲେ। ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଛୁଆକୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଥିବାରୁ ନିୟମିତ ବ୍ୟବଧାନରେ ମେଡ଼ିସିନ୍‌ ଓ ବ୍ଲଡ୍‌ ଦିଆଯାଉଥିଲା। ହେଲେ ବାପା ଓ ମାଆଙ୍କ ଦେଖାନାହିଁ। ଛୁଅ ସମ୍ପର୍କରେ ସୂଚନା ଦେବା ପାଇଁ ମାଆ ମମତା ଓ ବାପା ପ୍ରଶାନ୍ତଙ୍କ ଫୋନ୍‌ କରାଯାଉଛି। ମାତ୍ର ସେମାନେ ଫୋନ୍‌ ଉଠାଉ ନାହାନ୍ତି।

Advertisment

New Born Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ