Advertisment

ସେକ୍ସ ରାକେଟ୍‌ରେ ଧରାପଡ଼ିଲେ ଅଭିନେତ୍ରୀ, ଦେହ ବ୍ୟବସାୟରେ ସାମିଲ ପାଇଁ ମଡେଲ୍‌ଙ୍କୁ ବାଧ୍ୟ କରୁଥିଲେ...

ଆରେ କଲୋନୀ ଅଞ୍ଚଳରେ ରୟାଲ ପାମ୍‌ ହୋଟେଲରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ମୁମ୍ବାଇ ପୋଲିସ୍‌କୁ ଖବର ମିଳିଥିଲା। ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍‌ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀଙ୍କ ପାଖକୁ ପଠାଇଥିଲେ।

ଅଦ୍ୟତନ ହୋଇଛି
Bhojpuri Actress Arrested In Prostitution Racket In Mumbai

Bhojpuri actress arrested in prostitution racket in Mumbai

Advertisment

ମୁମ୍ବାଇ ପୋଲିସ୍‌ ଏକ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ରେଡ୍‌ ପରେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ସୂଚନା ଅନୁସାରେ, ସୁମନ କୁମାରୀ ନାମକ ଏହି ଭୋଜପୁରୀ ଅଭିନେତ୍ରୀ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ଦଲାଲ ଭାବେ କାମ କରୁଥିଲେ। ଏହି ରାକେଟ୍‌କୁ ଧରିବା ପାଇଁ ମୁମ୍ବାଇ ପୋଲିସ୍‌ର ସୋସିଆଲ୍‌ ସର୍ଭିସ୍‌ ବ୍ରାଞ୍ଚ୍‌ ଅପରେସନ୍‌ ଆରମ୍ଭ କରିଥିଲା। 

Advertisment

ନକଲି ଗ୍ରାହକଙ୍କୁ ପଠାଇଲା ପୋଲିସ୍‌...

ପୋଲିସ୍‌ ସୂଚନା ଅନୁସାରେ, ଆରେ କଲୋନୀ ଅଞ୍ଚଳରେ ରୟାଲ ପାମ୍‌ ହୋଟେଲରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ମୁମ୍ବାଇ ପୋଲିସ୍‌କୁ ଖବର ମିଳିଥିଲା। ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍‌ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀ ସୁମନଙ୍କ ପାଖକୁ ପଠାଇଥିଲେ। ଏହାପରେ ସୁମନ ତାଙ୍କ ସହ ଡିଲ୍‌ କରିଥିଲେ ଓ ପ୍ରତ୍ୟେକ ମଡେଲ୍‌ଙ୍କ ପିଛା ୫୦ରୁ ୮୦ ହଜାର ଟଙ୍କା ଅଭିନେତ୍ରୀ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ପୋଲିସ୍‌ ହୋଟେଲ୍‌ରେ ଉପସ୍ଥିତ ଥିଲେ। ତେବେ ଟଙ୍କା ନେବା ବେଳେ ଅଭିନେତ୍ରୀ ସୁମନଙ୍କୁ ଗିରଫ କରିବା ସହ ୩ ଜଣ ମଡେଲ୍‌ଙ୍କୁ ଉଦ୍ଧାର କରିଥିଲେ। 

ଗ୍ରାହକଙ୍କୁ ସୁନ୍ଦରୀ ମଡେଲ୍‌ ଯୋଗାଉଥିଲେ ଅଭିନେତ୍ରୀ...

ପୋଲିସ୍‌ ଆହୁରି କହିଛି ଯେ, ଭୋଜପୁରୀ ଅଭିନେତ୍ରୀ ସୁମନ ଗ୍ରାହକଙ୍କୁ ସୁନ୍ଦରୀ ମଡେଲ୍‌ ଯୋଗାଇ ଦେଉଥିଲେ । ଏହି ମଡେଲ୍‌ମାନେ ଫିଲ୍ମରେ କ୍ୟାରିୟର କରିବା ପାଇଁ ମୁମ୍ବାଇ ଆସିଥିଲେ। ଏଥିପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା ଓ ଟଙ୍କାର ଆବଶ୍ୟକତା ଥିଲା। ଏହି ସମୟରେ ସୁମନ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଦେହ ବ୍ୟବସାୟରେ ସାମିଲ ପାଇ ବାଧ୍ୟ କରିଥିଲେ।

Advertisment

ଅନେକ ଭୋଜପୁରୀ ଫିଲ୍ମରେ କାମ କରିସାରିଛନ୍ତି ସୁମନ...

ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ଦଲାଲ ଭୂମିକା ନିଭାଉଥିବା ଅଭିନେତ୍ରୀ ସୁମନ ଅନେକ ଭୋଜପୁରୀ ଫିଲ୍ମରେ ଅଭିନୟ କରିସାରିଛନ୍ତି। ସେ ଫିଲ୍ମ ‘ଲୈଲା ମଜ୍‌ନୁ’ ବ୍ୟତୀତ ‘ବାପ୍‌ ନମ୍ବରୀ ବେଟା ଦଶ ନମ୍ବରୀ’ ଭଲି ଭୋଜପୁରୀ କମେଡି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି। ସେ ୬ ବର୍ଷ ହେବ ମୁମ୍ବାଇରେ ରହୁଛନ୍ତି। ତେବେ କେବେଠୁ ସେ ଏହି ସେକ୍ସ ରାକେଟ୍‌ ଚଳାଇଛନ୍ତି ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Sex Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ