Bhadrak family accuses Ex- MLA
ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ମିଛ କେସରେ ଫସାଇବାକୁ ଚକ୍ରାନ୍ତ କରିବା ସହ ଧମକଚମକ ଦେଉଥିବା ଅଭିଯୋଗକୁ ନେଇ ଅଡୁଆରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ମୁକ୍ତିକାନ୍ତଙ୍କ ବିରୋଧରେ ବାସୁଦେବପୁର କାଞ୍ଚିଖିଆ ଗାଁର ଏକ ପରିବାର ଅଭିଯୋଗ ଆଣିବା ସହ ଭଦ୍ରକ ଏସ୍.ପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।
ଅଭିଯୋଗ ଅନୁଯାୟୀ, କାଞ୍ଚିଖିଆ ଗାଁର ଲିପିକା ବାରିକଙ୍କ ପରିବାର ଏବଂ ଆଉ ଏକ ଗୋଷ୍ଠୀ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିବା ବେଳେ ମାମଲା କୋର୍ଟ ଯାଏଁ ପହଞ୍ଚିଛି । କିନ୍ତୁ ଏହି ମାମଲାରେ ଅଯଥାରେ ମୁକ୍ତିକାନ୍ତ ମଣ୍ଡଳ ହସ୍ତକ୍ଷେପ କରିଥିଲେ । ଏହା ସହ ନିଜ ସହଯୋଗୀଙ୍କ ଜରିଆରେ ଧମକ ଚମକ ଦେଇ ମିଥ୍ୟା କେସରେ ଫସାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଲିପିକା ।
ତେଣୁ ତୁରନ୍ତ ନ୍ୟାୟ ଦାବି କରି ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ସପରିବାର। ତେବେ ଏସପିଙ୍କ ପ୍ରତିଶ୍ରୁତି ପରେ ଲିପିକା ଏବଂ ତାଙ୍କ ପରିବାର ଧାରଣାରୁ ଓହରିଥିଲେ। ଏନେଇ ମୁକ୍ତିକାନ୍ତ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694338053.jpg)