୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।

Suicide

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ। ବାପା-ମା’ଙ୍କ  ସହ ୨୯ନମ୍ୱର ମହଲାରେ ରହୁଥିଲା ନାବାଳିକା। ହେଲେ ହଠାତ ଆଜି ସକାଳୁ ତାର ମୃତଦେହ ଉଦ୍ଧାର ହୋଇଛି। ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମାତ୍ର ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ଜବତ ହୋଇନଥିବା ପୋଲିସ ସୂଚନା ଦେଇଛି।

ଆଜି ଭୋରରୁ ଫ୍ଲାଟର ତଳ ମହଲାରେ ଥିବା ବ୍ୟକ୍ତି ମୃତଦେହ ପଡିଥିବା ଦେଖିଥିଲେ। ଅନ୍ୟମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପରେ ମୃତ ନାବାଳିକା ୨୯ନମ୍ୱର ମହଲାରେ ରହୁଥିବା ଜଣାପଡିଥିଲା। ମୃତ ନାବାଳିକାର ବାପା ଜଣେ ସଫ୍ଟୱେୟାର ଇଂଜିନିୟର ଓ ମା’ ଜଣେ ଗୃହିଣୀ। ବାପା ୬ମାସ ପୂର୍ବରୁ ଚାକିରି ଛାଡିଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି।

ତେବେ ଛାତ୍ରୀ ଜଣକ ଭୋର ପ୍ରାୟ ୪ଟା ୩୦ରୁ ଉଠିଥିବା ମା’ କହିଛନ୍ତି। ଝିଅକୁ ପଚାରିବାରୁ କିଛି ଉତ୍ତର ନଦେଇ ସେ ରୁମକୁ ପଳାଇଥିଲା। ତେବେ ନାବାଳିକାର ମୃତଦେହ ନିକଟରୁ କୌଣସି ଫୋନ, ଗ୍ୟାଜେଟ ବା ସନ୍ଦେହଜନକ ସାମଗ୍ରୀ ଜବତ ହୋଇନି। କିପରି ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।