Advertisment

୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।

ଅଦ୍ୟତନ ହୋଇଛି
Bangalore Techie Dies By Suicide

Suicide

Advertisment

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ। ବାପା-ମା’ଙ୍କ  ସହ ୨୯ନମ୍ୱର ମହଲାରେ ରହୁଥିଲା ନାବାଳିକା। ହେଲେ ହଠାତ ଆଜି ସକାଳୁ ତାର ମୃତଦେହ ଉଦ୍ଧାର ହୋଇଛି। ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମାତ୍ର ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ଜବତ ହୋଇନଥିବା ପୋଲିସ ସୂଚନା ଦେଇଛି।

Advertisment

ଆଜି ଭୋରରୁ ଫ୍ଲାଟର ତଳ ମହଲାରେ ଥିବା ବ୍ୟକ୍ତି ମୃତଦେହ ପଡିଥିବା ଦେଖିଥିଲେ। ଅନ୍ୟମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପରେ ମୃତ ନାବାଳିକା ୨୯ନମ୍ୱର ମହଲାରେ ରହୁଥିବା ଜଣାପଡିଥିଲା। ମୃତ ନାବାଳିକାର ବାପା ଜଣେ ସଫ୍ଟୱେୟାର ଇଂଜିନିୟର ଓ ମା’ ଜଣେ ଗୃହିଣୀ। ବାପା ୬ମାସ ପୂର୍ବରୁ ଚାକିରି ଛାଡିଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି।

ତେବେ ଛାତ୍ରୀ ଜଣକ ଭୋର ପ୍ରାୟ ୪ଟା ୩୦ରୁ ଉଠିଥିବା ମା’ କହିଛନ୍ତି। ଝିଅକୁ ପଚାରିବାରୁ କିଛି ଉତ୍ତର ନଦେଇ ସେ ରୁମକୁ ପଳାଇଥିଲା। ତେବେ ନାବାଳିକାର ମୃତଦେହ ନିକଟରୁ କୌଣସି ଫୋନ, ଗ୍ୟାଜେଟ ବା ସନ୍ଦେହଜନକ ସାମଗ୍ରୀ ଜବତ ହୋଇନି। କିପରି ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ