Advertisment

ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ଟଙ୍କା ହଡ଼ପ !

ନିରୀହ ଆଦିବାସୀଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଗୋଟିଏ ଖାତାରୁ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Beneficaries Of Different Govt Schemes Duped In Nilagiri

Beneficaries Of Different Govt Schemes Duped In Nilagiri

Advertisment

ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ବିଭିନ୍ନ ସମୟରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ପିଠାହତା ପଞ୍ଚାୟତର ସାନ ନୂଆଗାଁ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ନିରୀହ ଆଦିବାସୀଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। 

Advertisment

ବାରମ୍ବାର ଗୋଟିଏ ଖାତାରୁ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲିଥିଲେ। ଆଉ ନିର୍ବାଚନ ସରିବା ପରେ ଏବେ ଖାତାରୁ ଟଙ୍କା ଉଠାଇ ଚାଲିଛନ୍ତି।  ଏହାସହ ଗ୍ରାମବାସୀଙ୍କ ନାଁରେ ଜବ୍‌ କାର୍ଡ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କର ଦସ୍ତାବିଜ୍ ନେଇ ଏହି ଟଙ୍କା ହଡ଼ପ ଚାଲିଥିବା ଅଭିଯୋଗ ହୋଇଛି।

Advertisment

ବିଭିନ୍ନ ସମୟରେ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଅନେକ ଥର ଆବେଦନ ମଧ୍ୟ ହୋଇଛି।  ଅଭିଯୋଗକୁ ନେଇ ନୀଳଗିରି ପୋଲିସ ତଦନ୍ତ ଚଲାଇଛି। ଘରୋଇ କିଓସ୍କ ବ୍ୟାଙ୍କର ପରିଚାଳକଙ୍କ ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ