Advertisment

Toll Plaza: ସୈନିକଙ୍କୁ ମାରପିଟ କରିବା ପଡ଼ିଲା ମହଙ୍ଗା, ଟୋଲ ପ୍ଲାଜା କମ୍ପାନୀ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା

ପୋଲିସ ଏହି ମାମଲାରେ କେଶ୍ ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି।ଏହି ଘଟଣା ୧୭ ଅଗଷ୍ଟରେ ମିରଟ-କର୍ନାଲ ସେକ୍ସନର ଭୂନୀ ଟୋଲ ପ୍ଲାଜାରେ ଘଟିଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦଶରୁ ଅଧିକ ଟୋଲ କର୍ମଚାରୀ ଲାଠି ଓ ଠେଙ୍ଗାରେ ଜଣେ ସୈନିକଙ୍କୁ ନିଷ୍ଠୁର ଭାବେ ମାରପିଟ କରୁଥିବାର ଦେଖାଯାଇଥିଲା। ସେମାନେ ତାଙ୍କୁ ଗାଳି ମଧ୍ୟ ଦେଉଥିଲେ।

ଅଦ୍ୟତନ ହୋଇଛି
NHAI

NHAI

Advertisment

ଉତ୍ତର ପ୍ରଦେଶର ମିରଟରେ ଟୋଲ ବୁଥରେ ସୈନିକଙ୍କୁ ମାରପିଟ କରିଥିବା ଅପରେଟର ଉପରେ NHAI (ଜାତୀୟ ରାଜମାର୍ଗ ପ୍ରାଧିକରଣ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟୋଲ ସଂଗ୍ରହ କରୁଥିବା କମ୍ପାନୀ ଉପରେ ପ୍ରଥମେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏହାପରେ ସେବା ବନ୍ଦ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହି କମ୍ପାନୀ ଟୋଲ ପ୍ଲାଜାର କୌଣସି ନିଲାମରେ ଭାଗ ନେଇପାରିବ ନାହିଁ। NHAI ଏଥି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

Advertisment

ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ ଟୋଲ କର୍ମଚାରୀଙ୍କର ଏଭଳି ଆଚରଣକୁ ତୀବ୍ର ନିନ୍ଦା କରାଯାଉଛି । ଯାତ୍ରୀମାନଙ୍କୁ ଜାତୀୟ ରାଜମାର୍ଗରେ ନିରାପଦ ଓ ନିରବଚ୍ଛିନ୍ନ ଯାତ୍ରା ନିଶ୍ଚିତ କରିବା ପାଇଁ NHAI ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।

ପୋଲିସ ଏହି ମାମଲାରେ କେଶ୍ ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି।ଏହି ଘଟଣା ୧୭ ଅଗଷ୍ଟରେ ମିରଟ-କର୍ନାଲ ସେକ୍ସନ (NH-709A) ର ଭୂନୀ ଟୋଲ ପ୍ଲାଜାରେ ଘଟିଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦଶରୁ ଅଧିକ ଟୋଲ କର୍ମଚାରୀ ଲାଠି ଓ ଠେଙ୍ଗାରେ ଜଣେ ସୈନିକଙ୍କୁ ନିଷ୍ଠୁର ଭାବେ ମାରପିଟ କରୁଥିବାର ଦେଖାଯାଇଥିଲା। ସେମାନେ ତାଙ୍କୁ ଗାଳି ମଧ୍ୟ ଦେଉଥିଲେ।

Advertisment

ଏହି ସୈନିକଙ୍କ ନାମ କପିଲ କାବଡ଼। ସେ ଭାରତୀୟ ସେନାର ରାଜପୁତ ରେଜିମେଣ୍ଟରେ କାମ କରୁଛନ୍ତି । ସେ ଛୁଟିରେ ଘରକୁ ଆସିଥିଲେ ଏବଂ ଶ୍ରୀନଗରସ୍ଥିତ ତାଙ୍କ ପୋଷ୍ଟକୁ ଫେରୁଥିଲେ। ମିରଟରୁ ଦିଲ୍ଲୀ ଏୟାରପୋର୍ଟ ଯିବା ସମୟରେ ଭୂନୀ ଟୋଲ ବୁଥରେ ଲମ୍ବା ଲାଇନ ଦେଖି ସେ ଟୋଲ କର୍ମଚାରୀଙ୍କୁ ତାଙ୍କୁ ଶୀଘ୍ର ଯିବାକୁ ଅନୁରୋଧ କରିଥିଲେ । କାରଣ ତାଙ୍କର ଫ୍ଲାଇଟ ସମୟ ପାଖେଇ ଆସୁଥିଲା । ଏହାକୁ ନେଇ ଟୋଲ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ ବିବାଦ ବଢ଼ିଥିଲା ଏବଂ ମାରପିଟର ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ଏତେ ବିଗିଡ଼ିଥିଲା ଯେ ଅନେକ ଟୋଲ ବୁଥ କର୍ମଚାରୀ କପିଲ ଏବଂ ତାଙ୍କ ସାଙ୍ଗରେ ଥିବା ତାଙ୍କ ଭାଇଙ୍କୁ ମାରପିଟ କରିଥିଲେ।

ଭାଇରାଲ ଭିଡିଓରେ ଦେଖାଯାଇଥିଲା ଯେ କିଛି ଆକ୍ରମଣକାରୀ କପିଲଙ୍କୁ ଗୋଟିଏ ଖୁଣ୍ଟରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ହାତକୁ ପଛକୁ ଟାଣି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଶ୍ଳୀଳ ଭାଷାରେ ଗାଳି ଦେଇ ସୈନିକଙ୍କୁ ମାରପିଟ କରୁଥିଲେ। କପିଲଙ୍କ ପରିବାରର ଅଭିଯୋଗ ଆଧାରରେ ସରୁରପୁର ଥାନାରେ କେଶ୍ ରୁଜୁ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ବଢ଼ିଲା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ, ରୁଜୁ ହେବ ମାମଲା

Toll Plaza NHAI Soldier Injured
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ