Advertisment

ଏକତରଫା ପ୍ରେମରୁ ହତ୍ୟାକାଣ୍ଡ : ବିବାହ ପୂର୍ବରୁ ଭାଇକୁ ହତ୍ୟା, ଗିରଫ ପରେ ରହସ୍ୟ ଉପରୁ ହଟିଲା ପରଦା

ଏକତରଫା ଫ୍ରେମ ପାଇଁ ଆଶିଷ ଓଝାଙ୍କୁ କରାଯାଇଥିଲା ହତ୍ୟା

ଅଦ୍ୟତନ ହୋଇଛି
Special story

Special story

Advertisment

ବାଲିପାଟଣା ଥାନା ଅଞ୍ଚଳରେ ଆଶିଷ ଓଝା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ଏକତରଫା ଫ୍ରେମ ପାଇଁ ଆଶିଷ ଓଝାଙ୍କୁ କରାଯାଇଥିଲା ହତ୍ୟା । ପ୍ରେମିକାର ବାହାଘର ପୂର୍ବରୁ ତା ଭାଇକୁ ରାସ୍ତାରୁ ହଟାଇବା ଲାଗି ମୁଖ୍ୟ ଅଭିଯୁକ୍ତ ରାଜା, ଦୁଇ ସହଯୋଗୀଙ୍କୁ ନେଇ କରିଥିଲା ଷଡ଼ଯନ୍ତ୍ର । ସାଙ୍ଗ ଜରିଆରେ ମଦ ପିଇବାକୁ ଡାକି ଚଣ୍ଟି ଚିପିବା ସହ ବିଲ ପାଣିରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ଘଟଣାରେ ୩ ହତ୍ୟାକାରୀଙ୍କୁ ଗିରଫ ପରେ ଏବେ ରହସ୍ୟ ଉପରୁ ହଟିଛି ପରଦା ।

Advertisment

ତିନି ଅଭିଯୁକ୍ତ ରାଜା, ସିପୁ, ରାକା , ଯେଁଉମାନେ ଆଶିଷ ହତ୍ୟାକାଣ୍ଡର ଅଭିଯୁକ୍ତ । ଏକତରଫା ପ୍ରେମ ବିରୋଧ କରିବାରୁ ହୋଇଥିଲା ହତ୍ୟାକାଣ୍ଡ । ସାଙ୍ଗକୁ ମୋହରା କରି ଆଶିଷକୁ ମଦ ପିଆଇବାକୁ ଡକାଇ ନିର୍ମମ ଭାବେ ହତ୍ୟାକରିଥିଲେ ଅଭିଯୁକ୍ତ ମାନେ । ପୂର୍ବରୁ ମୁଣ୍ଡ ଗଡାଇବାକୁ ଧମକ ଦେଉଥିବା ରାଜା ପ୍ରେମକାର ବାହାଘରକୁ ଟାର୍ଗେଟ କରିଥିଲା । ଯୋଜନା ମୁତାବକ ଆଶିଷର ଘନିଷ୍ଠ ବନ୍ଧୁକୁ ରାକାକୁ ହାତକରି ରାଜା ମଦ ପିଇବାକୁ ଡାକିଥିଲା । ରାକା ଏବଂ ଆଶିଷ ମଦ ପିଇ ଫେରୁଥିବାବେଳେ ରାଜା ଏବଂ ସିପୁ ଆଶିଷକୁ ଆକ୍ରମଣ କରିଥିଲେ ।

ପ୍ରଥମେ ବୋତଲ ଆକ୍ରମଣରେ ପରେ ତଣ୍ଟି ଚିପି ଦେଇଥିଲେ । କାଳେ ଆଶିଷ ବଞ୍ଚିଯିବ, ଏଣୁ ତାକୁ ବିଲ ଭିତରେ ଥିବା କାଦୁଅରେ ବୁଢାଇ ହତ୍ୟା କରିଥିଲେ । ହତ୍ୟାର ଶିକାର ଆଶିଷର ମୋବାଇଲ ଫୋନ ନଈ ଭିତରେ ପକାଇ ଚମ୍ପଟ ମାରିଥିଲେ । ହତ୍ୟାକାଣ୍ଡର ପରଦିନ ମୁଖ୍ୟ ଅଭିଯୁକ୍ତ ରାଜା ଧରା ପଡିବା ପରେ ସିପୁ ଓ ରାକାକୁ ବାନ୍ଧିଥିଲା ପୋଲିସ ।

Advertisment

ଆଶିଷ ହତ୍ୟା ମାମଲାରେ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା ପାଇଛି ପୋଲିସ । ଆଶିଷର ସାଇକେଲ ଏବଂ ଅଭିଯୁକ୍ତ ରାଜାର ବାଇକ ବି ପୋଲିସ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ପୋଲିସ । ସେପଟେ ନଈରେ ପଡ଼ିଥିବା ଫୋନକୁ କାଢିବା ଲାଗି ଅଗ୍ନିଶମ ବିଭାଗକୁ କହିଛି ପୋଲିସ । ଏକତରଫା ପ୍ରେମର କରୁଣ ପରିଣତି ଗୋଟିଏ ପଟେ ଭେଣ୍ଡାପୁଅକୁ ହରାଇ ଆଶିଷଙ୍କ ପରିବାର ଶୋକରେ ଥିବା ବେଳେ ସେପଟେ ଜେଲର ଚାରିକାନ୍ଥ ଭିତରେ ପଶ୍ଚାତାପର ନିଆଁରେ ଜଳୁଛି ପ୍ରେମିକ ରାଜା ।

Balipatna Youth Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ