Advertisment

ପ୍ରଥମେ ବାଣ ଫୁଟାଇଲେ, ତାପରେ ଧମାଧମ ଗୁଳି ମାରିଲେ...

ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Baba Siddique

Baba Siddique

Advertisment

ମହାରାଷ୍ଟ୍ର ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । କୁହାଯାଉଛି ଯେଉଁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ସେମାନଙ୍କ ବ୍ୟତୀତ ଆଉ ଜଣେ କେହି ମାଷ୍ଟର ମାଇଣ୍ଡ ରହିଛି, ଯିଏ କି ହତ୍ୟାର ପୂରା ପ୍ଲାନ୍‌ କରିଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ଏହି ୨ ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ ।

Advertisment

ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ୨ ଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ। ପୋଲିସ ସନ୍ଦେହ କରୁଛି ଯେ ଅନ୍ୟ କେହି ମଧ୍ୟ ଅଭିଯୁକ୍ତକୁ ସମସ୍ତ ତଥ୍ୟ ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କର୍ଣ୍ଣଲ ସିଂ (ହରିୟାଣା) ଏବଂ ଧରମରାଜ କାଶ୍ୟପ (ଉତ୍ତରପ୍ରଦେଶ)। ଅଭିଯୁକ୍ତମାନେ ସିଦ୍ଦିକିଙ୍କ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିମଧ୍ୟରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ଶରୀରର ଅନ୍ୟ ଅଙ୍ଗରେ ବାଜିଛି। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।

ଆଉ ସବୁଠାରୁ ବଡ଼ କଥା ହେଲା, ଗୁଳି ଶବ୍ଦକୁ ଲୁଚାଇବାକୁ ଯାଇ ଦୁର୍ବୃତ୍ତମାନେ ସେଠାରେ ବାଣ ଫୁଟାଇଥିଲେ । ଲଗାତାର ବାଣ ଫୁଟୁଥିବା ବେଳେ ସାମାନେ ସିଦ୍ଧିକିଙ୍କୁ ଗୁଳିମାଡ଼ କରିଥିଲେ । ତେଣୁ ଆଖପାଖରେ ଥିବା ଲୋକ ସଙ୍ଗେ ସଙ୍ଗେ ଗୁଳିମାଡ଼କୁ ଠଉରେଇପାରିନଥିଲେ ।

Advertisment

ତେବେ ବାବା ସିଦ୍ଦିକିଙ୍କୁ ତିନିଥର ଗୁଳିମାଡ଼ କରାଯାଇଥିଲା। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବଲିଉଡ୍‌ରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସଲମାନ ଖାନ୍‌ ଓ ଶାହରୁଖ ଖାନ୍‌ଙ୍କ ମଧ୍ୟରେ ଲାଗିରହିଥିବା ଦୀର୍ଘ ଦିନର ବିବାଦକୁ ସିଦ୍ଦିକି ହିଁ ସମାଧାନ କରିଥିଲେ । ଆଉ ଉଭୟଙ୍କୁ ପୁଣି ସାଙ୍ଗ କରିଥିଲେ । ଖାଲି ସେତିକି ନୁହେଁ ଶିଳ୍ପା ସେଟ୍ଟିଙ୍କ ଭଳି ଅନେକ ଅଭିନେତା ଅଭିନେତ୍ରୀ ସିଦ୍ଦିକିଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । କାରଣ ବଲିଉଡ୍ ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ ଥିଲେ ସିଦ୍ଦିକି ।

Advertisment

Mumbai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ