Attack On Tarang Sarua Studio's Chief Security Officer
ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ଲ୍ୟାଣ୍ଡ୍ ଅଫିସରଙ୍କୁ ଖୋଜିବା ବାହାନାରେ ହଲିମ୍ ଖାଁଙ୍କ ସହ ଯୁକ୍ତିତର୍କ କରିଥିଲେ।
ସିକ୍ୟୁରିଟି ଅଫିସର ସେମାନଙ୍କୁ ବାରଣ କରିବାରୁ ସେମାନେ କିଛି ନଶୁଣି ହଲିମ୍ଙ୍କୁ ଉଠାଇ ନେବାକୁ ଧମକ ଦେଇଥିଲେ। ଏଥିରେ ହଲିମ୍ ପ୍ରତିବାଦ କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଫୋନ୍ କରି ଡାକିଥିଲେ। ସମସ୍ତେ ଠେଙ୍ଗା ବାଡ଼ି ଓ ମାରଣାସ୍ତ୍ର ଧରି ପହଞ୍ଚି ହଲିମ୍ଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏଥିରେ ହଲିମ୍ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି। ଏହି ଘଟଣା ପରେ ହଲିମ୍ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତ ହଲିମ୍ଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ ପଠାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657876245.jpg)