Advertisment

ବାଇକ୍‌ରେ ଯାଉଥିବାବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ  ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବାଇକ୍‌ରେ ଯାଉଥିବାବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

attack on bjp leader

Advertisment

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ  ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ବେଳେ  ପ୍ରଜେଶଙ୍କ ଗୋଡ଼ ଓ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

Advertisment

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କାହିଁକି ପ୍ରଜେଶଙ୍କୁ ମରଣାନ୍ତକ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଅଟକ ରଖି ତନାଘନା ଜାରି ରଖିଛି।

Advertisment

ଘଟଣା ସମ୍ପର୍କରେ ପ୍ରଜେଶ କହିଛନ୍ତି, ‘ମେଡିସିନ୍‌ ଷ୍ଟୋରକୁ ମେଡିସିନ୍‌ କିଣିବାକୁ ଯାଇଥିଲି। ଏହି ସମୟରେ ବାଇକ୍‌ ପଛ ପଟେ ବସି ଥିବାବେଳେ ୩ ଜଣ ଆସି କଟୁରୀରେ ମୋତେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ବଞ୍ଚାଇବାକୁ ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ସେମାନଙ୍କ ସହ ପୂର୍ବରୁ ମୋର କୌଣସି ଶତ୍ରୁତା ନାହିଁ।’

Odisha Attack On BJP Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ