Advertisment

ଚୋରର ବେଳା ଖରାପ : ପାଚେରୀରୁ ପଡ଼ି ଗୋଡ଼ ଭାଙ୍ଗିଲା, ଧରି ପକାଇଲେ ଲୋକେ

କଳାହାଣ୍ଡି କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ।

ଅଦ୍ୟତନ ହୋଇଛି
 Kalahandi

Kalahandi

Advertisment

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ବିଳମ୍ବିତ ରାତି ଗାଁର ଜଣେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିବା ସୂଚନା ମିଳିଛି । ଡକାୟତ ଦଳ ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଡକାୟତ ଦଳ ଘରେ ପଶି ସମସ୍ତ ସଦସ୍ୟଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ବନ୍ଦ କରିଦେଇଥିଲେ ।

Advertisment

ପରେ ଘରର ସମସ୍ତ ଆସବାବପତ୍ର ଭାଙ୍ଗି ଚୁରମାର କରିଦେଇଥିଲେ । ସୁନା ଅଳଙ୍କାର ଲୁଟ ପରେ ପାଚେରୀ ଡେଇଁ ଯାଉଥିବା ବେଳେ ୧୨ଜଣିଆ ଡକାୟତ ଦଳ ମଧ୍ୟରୁ ଜଣେ ସଦସ୍ୟ ପାଚେରୀରୁ ଖସିପଡ଼ିବାରୁ ତା’ ଗୋଡ଼ ଭାଙ୍ଗି ଯାଇଥିଲା । ଫଳରେ ସେ ଘଟଣା ସ୍ଥଳରୁ ଯାଇପାରିନଥିଲା । ଲୋକଙ୍କ ହାତରେ ଧରାପଡ଼ିଯିବା ପରେ ଉତ୍ତମ ମଧ୍ୟମ ଖାଇଛି ଚୋର ।

ସ୍ଥାନୀୟ ଲୋକେ ଏବେ ତାକୁ ଧରି ପୋଲିସ ଜିମା ଦେଇଛନ୍ତି । ଥାନାରେ ଅଟକ ରଖି ଘଟଣାର ଛାନଭିନ ଜାରି ରଖିଛି ପୋଲିସ ।

Advertisment
Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ