Advertisment

ବିଚ୍ ରୋଡ୍‌ରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ; ଭିଡ଼ିଓ ସୁଟ୍‌ କଲେ ଲୋକ...

ରକ୍ତମୁଖା ସ୍ୱାମୀ । ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ ।

ଅଦ୍ୟତନ ହୋଇଛି
 man attacks wife

man attacks wife

Advertisment

ରକ୍ତମୁଖା ସ୍ୱାମୀ । ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ପିନ୍ଧାଇଥିଲା ସେଇ ହାତରେ ହାଣି ହତ୍ୟାକଲା ସ୍ୱାମୀ । ଏଭଳି ଏକ ବୀଭତ୍ସ ହତ୍ୟାକଣ୍ଡ ଘଟିଛି ଆନ୍ଧ୍ରପ୍ରଦେଶରେ । ଏଥିରୁ ବର୍ତ୍ତି ନଥିଲେ ମଧ୍ୟ ତାଙ୍କ ଶାଶୁ । ଆକ୍ରମଣର ଶିକାର ହୋଇଥିଲେ ଶାଶୁ । ଯାହାଫଳରେ ତାଙ୍କ ଶାଶୂଙ୍କ ଅବସ୍ଥା ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

Advertisment

ଗୋଡ଼ାଇ ଗୋଡ଼ାଇ ହାଣୁଥିଲେ, ଭିଡ଼ିଓ ସୁଟ୍‌ କରୁଥିଲେ ଲୋକ...

ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀ କୁମାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ତାଙ୍କ ନାଁ ରଙ୍ଗସ୍ୱାମୀ । ଯେତେବେଳେ ରଙ୍ଗସ୍ୱାମୀ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରୁଥିଲେ, କେହି କେହି ଏହି ଘଟଣାର ମଧ୍ୟ ଭିଡିଓ କରୁଥିଲେ। ଭିଡିଓରେ ରଙ୍ଗସ୍ୱାମୀ ବ୍ୟସ୍ତ ବହୁଳ ରାସ୍ତାରେ ଅବସ୍ଥିତ ଏକ ଛୋଟ ଦୋକାନରେ ତାଙ୍କ ପତ୍ନୀଙ୍କୁ ଦାଆରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ଏବଂ ତାଙ୍କ ପୋଷାକରେ ମଧ୍ୟ ରକ୍ତର ଛିଟା ଲାଗିଥିଲା ।

ଘଟଣା ସମୟରେ ଅଭିଯୁକ୍ତ ଏବଂ ପୀଡିତାଙ୍କ ବ୍ୟତୀତ ଅନ୍ୟ କେହି ଦେଖା ଦେଇନଥିଲେ । ଲୋକମାନେ ଚିତ୍କାର କରୁଥିଲେ ଓ ରଙ୍ଗସ୍ୱାମୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ରଙ୍ଗସ୍ୱାମୀଙ୍କୁ ଅଟକାଇବାକୁ କେହି ସକ୍ଷମ ହୋଇନଥିଲେ । 

Advertisment

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରଙ୍ଗସ୍ୱାମୀଙ୍କୁ ଗିରଫ କରିଥିଲା ଓ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ଘଟଣାରେ ରଙ୍ଗସ୍ୱାମୀଙ୍କ ଗୁରୁତର ଆହତ ଶାଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି ।

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ