Advertisment

ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍; ବ୍ଲାଙ୍କ ଫାୟାରିଂ କରି ଲୁଟିନେଲେ ସୁନାଗହଣା

ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି।

Loot

Loot

Advertisment

କେନ୍ଦୁଝର ଜିଲା ଆନନ୍ଦପୁରରେ ସ୍ପଷ୍ଟ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍। NH ୨୦ ବୀରଗୋବିନ୍ଦପୁର ନିକଟରେ ୩ ରାଉଣ୍ଡ ଫାଙ୍କା ଗୁଳି କରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ପ୍ରଥମେ ଧକ୍କା ଦେଇଥିଲେ ଓ ପରେ ପରେ ବନ୍ଧୁକ ଦେଖାଇ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି। ଏକ କଳା ପଲସରରେ ଆସି ୩ ମୁଖାପିନ୍ଧା ଦୃର୍ବୃତ୍ତ ଲୁଟ କରି ନୈଥିବା ଅଭିଯୋଗ ହୋଇଛି। ଘଟଣାର ଖବର ପାଇ ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। 

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ