Advertisment

ବୟସ ୮, ନେଲାଣି ୩ ଜୀବନ...ହତ୍ୟା ବେଳେ ମଜା ଉଠାଇ ଥାଏ ଏହି ସିରିଏଲ୍‌ କିଲର୍‌

ବୟସ ୮ ବର୍ଷ...ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ। ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି।

ଅଦ୍ୟତନ ହୋଇଛି
World Youngest Serial Killer Amarjeet Sada

Amarjeet Sada 8-year-old boy known as world youngest serial killer

Advertisment

ବୟସ ୮ ବର୍ଷ...ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ। ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି। ବିହାରର ଏହି ବଡ଼ ସିରିଏଲ୍‌ କିଲର୍‌କୁ ନେଇ ଏବେ ଚର୍ଚ୍ଚା। ଏହି ଛୋଟ ପିଲାକୁ ଦୁନିଆର ସର୍ବ କନିଷ୍ଠ ସିରିଏଲ୍‌ କିଲର୍‌ ବୋଲି କୁହାଯାଉଛି। ଏମିତିରେ ଛୋଟ ପିଲାଙ୍କୁ ସାଧାରଣତଃ ଭଗବାନଙ୍କ ରୂପେ ଲୋକମାନେ ମାନନ୍ତି। ହେଲେ ବିହାରର ମୁଙ୍ଗରରେ ରହୁଥିବା ଅମରଜିତ୍‌ ସାଡା କୌଣସି ସିରିଏଲ୍‌ କିଲର୍‌ଠୁ କମ୍‌ ନୁହେଁ।

Advertisment

ମାତ୍ର ୮ ବର୍ଷ ବୟସରେ ଅମରଜିତ୍‌ ୩ ଜଣ ଛୁଆଙ୍କୁ ହତ୍ୟା କରିସାରିଛି। ହତ୍ୟା କରିବା ତରିକା ଏମିତି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଯେଉଁ ୩ ଜଣଙ୍କୁ ଅମରଜିତ୍‌ ହତ୍ୟା କରିଥିଲା, ସେମାନଙ୍କ ମଧ୍ୟରେ ୨ ଜଣ ତା’ର ସମ୍ପର୍କୀୟ ଥିଲା। ଜଣଙ୍କର ବୟସ ୬ ବର୍ଷ ଓ ଅନ୍ୟ ଜଣେ ତା’ର ନିଜର ୮ ମାସର ଭଉଣୀ ଥିଲା। ଏହାବ୍ୟତୀତ ସେ ପଡ଼ୋଶୀଙ୍କ ୬ ମାସର ଝିଅକୁ ମାରି ଦେଇଥିଲା। ପଥରରେ ଛେଚି ୬ ମାସର କୁନି ଝିଅର ଜୀବନ ନେଇଥିଲା ଅମରଜିତ୍‌। 

ହତ୍ୟା ବେଳେ ମଜା ନେଉଥିଲା...

ଅମରଜିତ୍‌କୁ ଯେତେବେଳେ ପୋଲିସ୍‌ ଗିରଫ କରି ପଚରାଉଚରା କରିଥିଲା, ଯାହାସବୁ ସେ ଖୁଲାସା କରିଥିଲା ତାହା ଶୁଣି ପୋଲିସ୍‌ର ହୋସ୍‌ ଉଡ଼ି ଯାଇଥିଲା। ଯେତେବେଳେ ସେ ୩ ଜଣଙ୍କୁ ହତ୍ୟା କରିଥିଲା, ସେତେବେଳେ ତାକୁ ମାତ୍ର ୭ ବର୍ଷ ବୟସ ହୋଇଥିଲା। ୨୦୦୬ରୁ ୨୦୦୭ ମଧ୍ୟରେ ୩ଟି ହତ୍ୟା ଅମରଜିତ୍‌ କରିଥିଲା। ମାତ୍ର ଅଳ୍ପ ବୟସରେ ତିନି-ତିନିଟି ମର୍ଡର କରିଥିବାରୁ ଅମରଜିତ୍‌ର ନାଁ ଦୁନିଆର ସବୁଠାରୁ କମ୍‌ ବୟସରେ ସିରିଏଲ୍‌ କିଲର୍‌ଙ୍କ ତାଲିକାରେ ସାମିଲ ହୋଇଛି। 

Advertisment

ଅମରଜିତ୍‌ ସମ୍ପର୍କରେ କୌଣସି ସୂଚନା ନାହିଁ...

ଦେଶର ଆଇନ୍‌ ଅନୁସାରେ, ୧୮ ବର୍ଷରୁ କମ୍‌ ଅପରାଧୀଙ୍କୁ ସଜା ଦିଆଯାଇ ପାରିବନି। ସେମାନଙ୍କୁ କେବଳ ସୁଧାରଗୃହରେ ହିଁ ରଖାଯିବ। ଅମରଜିତ୍‌କୁ ୨୦୦୭ ମସିହାରେ ଗିରଫ କରାଯାଇଥିଲା। ତାକୁ ଅଧିକରୁ ଅଧିକ ୩ ପର୍ଯ୍ୟନ୍ତ ବାଲ୍‌ ସୁଧାର ଗୃହରେ ହିଁ ରଖାଯିବାର ଥିଲା। ହେଲେ ତାକୁ କେବେ ସୁଧାର ଗୃହରୁ ବାହାର କରାଗଲା ? ଏବେ ସେ କେଉଁଠି ଅଛି , ଏସମ୍ପର୍କରେ କୌଣସି ସୂଚନା ନାହିଁ। 

ତଦନ୍ତ ଅଧିକାରୀଙ୍କ ସୂଚନା ଅନୁସାରେ, ଯେତେବେଳେ ଅମରଜିତ୍‌କୁ ହତ୍ୟାର କାରଣ ପଚରା ଯାଇଥିଲା, ସେ କହିଥିଲା ରକ୍ତ ଦେଖିଲେ ତାକୁ ମଜା ଲାଗିଥାଏ। ହତ୍ୟା ବେଳେ ଶିଶୁମାନେ ଯେତେବେଳେ ଚିତ୍କାର କରନ୍ତି ଓ କାନ୍ଦନ୍ତି, ସେହି ସମୟରେ ତାକୁ ବହୁତ ମଜା ଲାଗେ। ତେଣୁ ଏଥିପାଇଁ ସେ ହତ୍ୟା କରେ।

Advertisment
Murder Murder Case Serial Killer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ