Advertisment

୧୦ ଦିନର ଛୁଆକୁ ଧରି ଡିସିପି ଅଫିସ୍‌ ଆଗରେ ଆଲବମ୍‌ ଅଭିନେତ୍ରୀ

ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା।

Album Actress

Album Actress

Advertisment

୧୦ ଦିନର ଛୁଆକୁ ଧରି ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ ଶ୍ୱେତା ମହାପାତ୍ର । ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଦୁଇ ଦୁଇଥର ଏତଲା ସତ୍ତ୍ୱେ ବି ପୋଲିସ ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଛନ୍ତି ।

Advertisment

ଶେଷରେ ନ୍ୟାୟ ପାଇଁ ସେ ଡିସିପି ଅଫିସରେ ଫେରାଦ ହୋଇଛନ୍ତି । ସ୍ୱାମୀ ଜଣେ ବ୍ୟବସାୟୀ ହୋଇଥିବାରୁ ପୋଲିସକୁ ହାତ କରି ସେ ଘଟଣାକୁ ଚପାଇ ଦେଉଥିବା ଆଲବମ୍ ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏକାଧିକ ଆଲବମ୍, ସର୍ଟ ଫିଲ୍ମ କରିଥିବା ଶ୍ୱେତାଙ୍କୁ ତାଙ୍କ ସ୍ୱାମୀ ବିବାହ ପୂର୍ବରୁ ଫାଇନାସ୍ କରୁଥିଲେ ।

୨୦୧୬ରେ ଉଭୟଙ୍କ ବିବାହ ହୋଇଥିଲା । ମାତ୍ର ବିବାହର କିଛି ବର୍ଷ ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ବ୍ୟବସାୟୀ ଜଣଙ୍କ ପୂର୍ବରୁ ବିବାହ କରିଥିବା ନେଇ ଶ୍ୱେତା ଜାଣିବାକୁ ପାଇଥିଲେ । ଆଉ ତାପରଠାରୁ ପାଖରେ ନରଖି ସ୍ୱାମୀ ତାଙ୍କୁ ନିର୍ଯାତନା ଦେବା ସହ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସମସ୍ତ ଅଭିଯୋଗକୁ ବ୍ୟବସାୟୀ ବିରାଟ ମହାପାତ୍ର ଖଣ୍ଡନ କରିଛନ୍ତି । ସେ ମଧ୍ୟ ଅଭିନେତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିବା କହିଛନ୍ତି ।

Advertisment

କୋଲକାତାରୁ ଆସି ଓଡ଼ିଶା ଆଲବମ୍‌ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଶ୍ୱେତା। କମ୍‌ ବୟସରେ କମାଇଥିଲେ ନେମ୍‌ ଆଣ୍ଡ ଫେମ୍‌। ଘରେ ଘରେ ପରିଚିତ ହୋଇଥିଲେ। ନିଜ କ୍ୟାରିୟରର ପିକ୍‌ରେ ଥିବା ବେଳେ ପିପିଲିର ଜଣେ ଫର୍ଣ୍ଣିଚର ବ୍ୟବସାୟୀଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ। ହେଲେ ବିବାହର ପଥ କଣ୍ଟକିତମୟ ହେବ ବୋଲି ଜାଣିନଥିଲେ ଶ୍ୱେତା। ଯାହାଙ୍କୁ ପ୍ରେମ ବିବାହ କରିଥିଲେ, ସେ ଦେଉଛନ୍ତି ଅକଥନୀୟ ନିର୍ଯାତନା। ଏବେ ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା।

Pray For Justice Album Actress Sweta Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ