Advertisment

Crime Story: ଘର ଭିତରର ଦୃଶ୍ୟ ଥିଲା ଏମିତି...୧୭ ଦିନର ଜାଁଳା ଶିଶୁ କନ୍ୟା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ଲୋଟୁଥିଲେ...

ସେଦିନ ଥାଏ ୨୦୦୬ ଫେବ୍ରୁଆରି ୧୦ ତାରିଖ। ଡିଭିଲ ହଠାତ୍ ରଞ୍ଜିନୀଙ୍କ ଉକ୍ତ ଭଡ଼ା ଘରେ ପହଞ୍ଚିଥିଲା। ଡିଭିଲକୁ ଦେଖି ରଞ୍ଜୀନି ଖୁସି ହୋଇଯାଇଥିଲେ। ଯମଜ ସନ୍ତାନଙ୍କ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା ଥିବାରୁ ଡାକ୍ତରଖାନାର କାଗଜପତ୍ର ସହିତ ରଞ୍ଜିନୀଙ୍କ ମା ସାନ୍ତାମ୍ମାଙ୍କୁ ଡିଭିଲ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ। ସାନ୍ତାମ୍ମା ବାହାରେ ଥିବା ସମୟରେ ରାଜେଶ ପୂର୍ବ ଷଡ଼ଯନ୍ତ୍ର ମୁତାବକ ଡିଭିଲଙ୍କ ସହଯୋଗରେ ରଞ୍ଜିନୀ ଏବଂ ତାଙ୍କ ଦୁଇ ଯମଜ ଶିଶୁଙ୍କୁ ହତ୍ୟା କରିଥିଲା।

ଅଦ୍ୟତନ ହୋଇଛି
୧୯ ବର୍ଷ ପରେ ହତ୍ୟାକାରୀକୁ ଧରିଲା AI

୧୯ ବର୍ଷ ପରେ ହତ୍ୟାକାରୀକୁ ଧରିଲା AI

Advertisment

୧୯ ବର୍ଷ ତଳେ ମା’ ଓ ଦୁଇ ଯାଆଁଳା ଶିଶୁଙ୍କ ବିଭତ୍ସ ହତ୍ୟା ହୁଏ। ଅବୈଧ ସନ୍ତାନ ପ୍ରସବକୁ ନେଇ ଏ ପ୍ରକାର ହତ୍ୟାକାଣ୍ଡ ହୁଏ। ଏହି ମାମଲା ପ୍ରଥମେ ପୁଲିସ ତଦନ୍ତ କରିଥିଲା। ପରବର୍ତ୍ତି ସମୟରେ ସିବିଆଇକୁ ମାମଲା ହସ୍ତାନ୍ତର କରାଗଲା। କିନ୍ତୁ ଏଭଳି ବିଭତ୍ସ ହତ୍ୟାକାଣ୍ଡରେ କୌଣସି ଅଗ୍ରଗତି ନହୋଇ ମାମଲା ଶୀତଳଭଣ୍ଡାରକୁ ଚାଲିଯାଏ। ଠିକ୍ ୧୯ ବର୍ଷ ପରେ କୁତ୍ରିମ ବୁଦ୍ଧିମତ୍ତା(ଏଆଇ) ବ୍ୟବହାର କରାଯାଇ ଦୁଇ ହତ୍ୟାକାରୀଙ୍କୁ ଗିରଫ କରାଯିବା ପରେ କେରଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦେଶରେ ଏଆଇ ବ୍ୟବହାର କରି ହତ୍ୟାକାରୀଙ୍କୁ ଗିରଫ କରିବା ଘଟଣା ପ୍ରଥମ ଥର ବୋଲି କୁହାଯାଉଛି।

Advertisment

କାହିଁକି ହେଲା ବିଭତ୍ସ ହତ୍ୟାକାଣ୍ଡ?

୨୦୦୫ ମସିହା। କେରଳର କୋଲ୍ଲମ ଜିଲ୍ଲାର ଆଞ୍ଚଲ ସହରରେ ସାନ୍ତାମ୍ମାଙ୍କ ଝିଅ ରଞ୍ଜିନୀ ଏବଂ ଡିଭିଲ କୁମାର ଗୋଟିଏ ଗାଁର ବାସିନ୍ଦା ଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଡିଭିଲ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲା। ପଠାନକୋଟରେ ଚାକିରି କରିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରୁ ରଞ୍ଜିନୀ ଗର୍ଭବତୀ ହୋଇଥିଲେ। ତେଣୁ ବିବାହ କରିବାକୁ ଡିଭିଲଙ୍କୁ ଜଣାଇଥିଲେ। କିନ୍ତୁ ଡିଭିଲ ଗର୍ଭପାତ କରିବାକୁ ବାଧ୍ୟ କରିଥିଲା। ସେତେବେଳେ ଏହି ଘଟଣାକୁ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ହୋଇଥିଲା। ଡିଭିଲ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ କରିଥିଲା। ରଞ୍ଜିନୀ ୨୦୦୬ ଜାନୁଆରିରେ ତିରୁବନନ୍ତପୁରମର ଏକ ହସ୍ପିଟାଲରେ ଯମଜ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏହି ସମୟରେ ରାଜେଶ ନାମକ ଜଣେ ବ୍ୟକ୍ତି ନିଜକୁ 'ଅନିଲ କୁମାର' ଭାବରେ ପରିଚୟ ଦେଇ ରଞ୍ଜିନୀଙ୍କ ସହିତ ଡାକ୍ତରଖାନାରେ ବନ୍ଧୁତା ଯୋଡ଼ିଥିଲା।

ଅପରେସନ୍ ପାଇଁ ରକ୍ତ ଆବଶ୍ୟକ ପଡ଼ିଲେ ଅନିଲ ଦେବାକୁ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲା। ଅନିଲର ଷଡ଼ଯନ୍ତ୍ର କିନ୍ତୁ ରଞ୍ଜିନୀ ବୁଝିପାରିନଥିଲେ। ସେନା ସହକର୍ମୀ ରାଜେଶ ଏବଂ ଡିଭିଲ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ରଞ୍ଜିନୀଙ୍କୁ ଅନିଲ ନିଜ ଗାଁରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ଯେହେତୁ ରଞ୍ଜିନୀ ଅବୈଧ ସନ୍ତାନ ଜନ୍ମ କରିଛନ୍ତି, ତେଣୁ ନିଜ ଗାଁକୁ ଗଲେ ବଦନାମ୍ ହେବାର ଯଥେଷ୍ଠ ଆଶଙ୍କା ଥିବାରୁ ଅନିଲ ନିଜ ଗାଁରେ ରହିବାକୁ ପ୍ରସ୍ତାବ ଦେଇଥିଲା। ରଞ୍ଜିନୀ ତୁରନ୍ତ ଅନିଲର ଗାଁକୁ ଯାଇଥିଲେ। ସେଠାରେ ସେ ଦୁଇ ଯାଆଁଳା ଶିଶୁଙ୍କ ସହିତ ରହିଥିଲେ। ଡିଭିଲ୍ ଧରାଛୁଆଁ ନଦେବାରୁ ରାଜ୍ୟ ମହିଳା କମିସନଙ୍କ ନିକଟରେ ରଞ୍ଜିନୀ ଫେରାଦ ହୋଇଥିଲେ। ଡିଭିଲ ଏହି ସନ୍ତାନଙ୍କ ବାପା ବୋଲି ପ୍ରମାଣ କରିବାକୁ ଡିଏନଏ ପରୀକ୍ଷା କରାଇବା ପାଇଁ ଏକ ନିର୍ଦ୍ଦେଶ ପାଇଥିଲେ। ଡିଭିଲ କୁମାରଙ୍କ ପରିବାର ରଞ୍ଜିନୀଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। ସେଥିପାଇଁ ସେ ଡିଏନଏ ପରୀକ୍ଷା କରାଇବାକୁ ଚାହୁଁଥିଲେ।

Advertisment

ହତ୍ୟାକାଣ୍ଡର ମାଷ୍ଟରପ୍ଲାନ

ସେଦିନ ଥାଏ ୨୦୦୬ ଫେବ୍ରୁଆରି ୧୦ ତାରିଖ। ଡିଭିଲ ହଠାତ୍ ରଞ୍ଜିନୀଙ୍କ ଉକ୍ତ ଭଡ଼ା ଘରେ ପହଞ୍ଚିଥିଲା। ଡିଭିଲକୁ ଦେଖି ରଞ୍ଜୀନି ଖୁସି ହୋଇଯାଇଥିଲେ। ଯମଜ ସନ୍ତାନଙ୍କ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା ଥିବାରୁ ଡାକ୍ତରଖାନାର କାଗଜପତ୍ର ସହିତ ରଞ୍ଜିନୀଙ୍କ ମା ସାନ୍ତାମ୍ମାଙ୍କୁ ଡିଭିଲ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ। ସାନ୍ତାମ୍ମା ବାହାରେ ଥିବା ସମୟରେ ରାଜେଶ ପୂର୍ବ ଷଡ଼ଯନ୍ତ୍ର ମୁତାବକ ଡିଭିଲଙ୍କ ସହଯୋଗରେ ରଞ୍ଜିନୀ ଏବଂ ତାଙ୍କ ଦୁଇ ଯମଜ ଶିଶୁଙ୍କୁ ହତ୍ୟା କରିଥିଲା। ପଞ୍ଚାୟତ କାର୍ଯ୍ୟାଳୟରୁ ସାନ୍ତାମ୍ମା ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ, ସେ ଯେଉଁ ଭୟଙ୍କର ଦୃଶ୍ୟ ଦେଖିଲେ ଏଥିରେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିଲା ଭଳି ମନେ ହେଲା। ତାଙ୍କ ଝିଅ ରଞ୍ଜିନୀ ଏବଂ ରଞ୍ଜିନୀଙ୍କ ୧୭ ଦିନର ଯମଜ ଶିଶୁ କନ୍ୟା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ। ସମସ୍ତଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା କରାଯାଇଥିଲା।

ହତ୍ୟାକାଣ୍ଡ ସ୍ଥଳକୁ ଏହି ଦୁଇ ହତ୍ୟାକାରୀ ଦୁଇ ଚକିଆ ଯାନରେ ଆସିଥିବାରୁ ଗାଡ଼ି ନମ୍ବର ପଞ୍ଜିକରଣ ତଦନ୍ତକାରୀ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଦେଇଥିଲେ। ଏହି ଗାଡ଼ି ରାଜେଶ ନାଁରେ ଥିବା ଜଣାପଡ଼ିଥିଲା। ପରେ ପଠାନକୋଟର ଏକ ସାମରିକ ଶିବିର ଲିଙ୍କ ମିଳିଥିଲା। ଉଭୟ ଡିଭିଲ୍ ଓ ରାଜେଶ ସାମରିକ ଘାଟିରେ କାର୍ଯ୍ୟ କରୁଥିବା ପୁଲିସ ପ୍ରମାଣ ପାଇଥିଲା। ପଠାନକୋଟରେ କେରଳ ପୁଲିସ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଉପରୋକ୍ତ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ। ପରବର୍ତ୍ତି ସମୟରେ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଆଗେଇପାରିଲା ନାହିଁ। ୨୦୧୦ରେ କେରଳ ପୁଲିସ ନିକଟରୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ କୌଣସି ସୁରାଗ ମିଳିଲା ନାହିଁ। କୋର୍ଟରେ ଚାର୍ଜସିଟ୍ ଦାଖଲ କରାଗଲା। ଉଭୟ ସେନାବାହିନୀରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପତ୍ତା ମିଳିଲା ନାହିଁ। ମାମଲାକୁ ଏକ ପ୍ରକାର ବନ୍ଦ କରିଦିଆଗଲା।

Advertisment

କେମିତି ସାହାଯ୍ୟ କଲା ଏଆଇ?

୨୦୨୪ ମସିହାରେ କେରଳ ପୁଲିସର ଟେକ୍ନିକାଲ୍ ଇଣ୍ଟେଲିଜେନ୍ସ ୱିଙ୍ଗ ପୁରୁଣା ମାମଲାଗୁଡ଼ିକର ପୁନଃପରୀକ୍ଷା କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା କୌଶଳ ବ୍ୟବହାର କଲା। ଏହି ଦୁଇ ଅଭିଯୁକ୍ତଙ୍କ ପୁରୁଣା ଫଟୋଗ୍ରାଫ କଢ଼ାଯାଇଥିଲା। ୧୯ ବର୍ଷ ପରେ ଏମାନେ କିଭଳି ଦେଖାଯିବେ ଏହାକୁ ଏଆଇ ମାଧ୍ୟମରେ ଉନ୍ନତ କରାଯାଇଥିଲା। ଶେଷରେ, ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଏକ ବିବାହ ଫଟୋ, ଯାହା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ୯୦ ପ୍ରତିଶତ ମେଳ ଖାଇଥିଲା। ଫଟୋଟି ପୁଡୁଚେରୀର ଜଣେ ବ୍ୟକ୍ତିଙ୍କୁ ଚିତ୍ରଣ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ "ପ୍ରବୀଣ କୁମାର"। ଏହି ଆବିଷ୍କାର ତଦନ୍ତକୁ ଆଗକୁ ବଢ଼ାଇଥିଲା। ପରବର୍ତ୍ତି ସମୟରେ ପ୍ରବୀଣ ନାମଧାରୀ ବ୍ୟକ୍ତି ରାଜେଶ ବୋଲି ଜଣାପଡ଼ିଥିଲା।

ପୁଲିସ ତାକୁ ପୁଡୁଚେରୀରୁ ଗିରଫ କରିଥିଲା। ପରେ ଡିଭିଲ କୁମାର ଗିରଫ ହୋଇଥିଲା। ହତ୍ୟାକାଣ୍ଡର ୨୦ ବର୍ଷ ଅର୍ଥାତ ୨୦୨୫ ଜାନୁଆରି ୪ରେ ପୁଡୁଚେରୀରୁ ଉଭୟ ଅଭିଯୁକ୍ତଙ୍କୁ କେରଳ ପୁଲିସ ଦ୍ବାରା ଗିରଫ କରାଯାଇଥିଲା। ସେହି ଦୁଇ ବ୍ୟକ୍ତି ଜାଲ୍ ପରିଚୟ ଡିଭିଲ୍ ନିଜକୁ ବିଷ୍ଣୁ କୁମାର ଏବଂ ରାଜେଶ ନିଜକୁ ପ୍ରବୀଣ କୁମାର ପରିଚୟ ଦେଇ ରହୁଥିଲେ। ଉଭୟ ଇଣ୍ଟେରିୟର ଡିଜାଇନର୍ ଭାବେ କାମ କରୁଥିଲେ। ଦୁଇ ଜଣ ଦୁଇ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିବାହ କରିଥିଲେ। ଯେହେତୁ ମାମଲାର ତଦନ୍ତ ଭାର ସିବିଆଇ ନିକଟରେ ରହିଛି, କେରଳ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିବା ପରେ ସିବିଆଇର ଜିମା ଦେଇଛି।

Two Arrested Artificial Intelligence Crime Scene Recreation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ