Advertisment

ବିଚ୍‌ ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ ସାଙ୍ଗକୁ ଚପଲ୍‌ରେ ମାଡ଼..

ଜଣେ ୧୫ ବର୍ଷୀୟ ବାଳକ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଛି। ଏହା ସହ ତାଙ୍କୁ ଚପଲ୍‌ରେ ନିଜକୁ ମାରିବାକୁ ବାଧ୍ୟ କରିଥିବା ଅଭିଯୋଗ ବି ହୋଇଛି।

undefined

Minor Girl Molested

Advertisment

ବିଚ୍‌ ରାସ୍ତାରେ ନାବାଳିକାଙ୍କୁ ଦୁର୍ବ୍ୟବହାର। ନାବାଳିକାଙ୍କୁ ଅସଦାଚରଣ କରିଛନ୍ତି ଜଣେ ନାବାଳକ। ତାଙ୍କୁ ଅସଦାଚରଣ ସହ ଚପଲରେ ମାଡ଼ ବି ମାରିଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଆଗ୍ରା ସହରରୁ। ଯେଉଁଠି ଜଣେ ନାବାଳିକାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି। ନାବାଳକଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି।

Advertisment

ଜଣେ ୧୫ ବର୍ଷୀୟ ବାଳକ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଛି। ଏହା ସହ ତାଙ୍କୁ ଚପଲ୍‌ରେ ନିଜକୁ ମାରିବାକୁ ବାଧ୍ୟ କରିଥିବା ଅଭିଯୋଗ ବି ହୋଇଛି। ଏହାର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ହାତ ଧରିବା ସହ ଧମକାଉଛନ୍ତି। କେବଳ ସେତିକି ନୁହେଁ ବରଂ ତାଙ୍କୁ ନିଜ ଚପଲ୍‌ ମୁଣ୍ତକୁ ୧୦ ଥର ମାରିବାକୁ ବି ବାଧ୍ୟ କରୁଛନ୍ତି।

ପୀଡ଼ିତା ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ ଏବଂ ଅଭିଯୁକ୍ତକୁ ଦଣ୍ତ ଦେବା ପାଇଁ ପଞ୍ଚାୟତ ବସାଇଥିଲେ। ପଞ୍ଚାୟତରେ ନାବାଳିକା ଓ ତାଙ୍କ ପରିବାରକୁ ଭୁଲ ମାଗିବା ପାଇଁ ଅଭିଯୁକ୍ତକୁ କୁହାଯାଇଥିଲା। କିନ୍ତୁ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେବା ପାଇଁ କହିଥିଲେ।

Advertisment

ଭିଡିଓ ଭାଇରାଲ ହେବା ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି। FIR ରେ ଲେଖାଯାଇଛି ଯେ ଜଣେ ୧୫ ବର୍ଷୀୟ ନାବାଳକ ଏପ୍ରିଲ ୧୧ରେ ରାସ୍ତାରେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ପୀଡ଼ିତା ଓ ତାଙ୍କ ପରିବାର ନିକଟରେ ଏକ ଗେଷ୍ଟ ହାଉସ୍‌ରେ ରହୁଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସୂଚନା ମୁତାବକ ନାବାଳିକା ଓ ତାଙ୍କ ପରିବାର ପଶ୍ଚିମବଙ୍ଗରୁ ଏଠାକୁ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଆଗ୍ରାର ଏକ ଗେଷ୍ଟ ହାଉସ୍‌ରେ ସେମାନେ ରହୁଥିବା ବେଳେ ଜଣେ ନାବାଳକ ଏହି କାଣ୍ତ କରିଛନ୍ତି।

Advertisment
Minor Girl Molested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ