Advertisment

ପ୍ରେମିକ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ପ୍ରେମିକା, ନିଜ ଦେହରେ ନିଜେ ନିଆଁ ଲଗାଇ ଦେଲା...

ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା। ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Woman Dies Of Self-Immolation After Lover Suicide

After Lover Suicide Woman Sets Herself On Fire Dies

Advertisment

ପ୍ରେମିକ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ପ୍ରେମିକା। ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା। ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଫଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ରବିବାର ରାତିରେ ଗୁରୁଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ରୁମ୍‌ରେ ନିଜକୁ ବନ୍ଦ କରି ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି।

Advertisment

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲ୍‌କୁ ତାଙ୍କୁ ରେଫର୍‌ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀଙ୍କ ରୁମ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳି ନଥିବା ପୋଲିସ୍‌ କହିଛି।

ପୋଲିସ୍‌ ସୂଚନା ଅନୁସାରେ, ମହିଳାଙ୍କ ନାଁ ମଞ୍ଜୁ। ତାଙ୍କ ଘର ବିହାରରେ। ପ୍ରାଇଭେଟ୍‌ କମ୍ପାନୀରେ ସେ ଚାକିରି କରୁଥିବା ବେଳେ ସେକ୍ଟର ୩୭ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ଗ୍ରୋସରୀ ଦୋକାନ ଅପରେଟର୍‌ ବାବୁଲାଲ୍‌ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।

Advertisment

କୌଣସି କାରଣକୁ ନେଇ ରବିବାର ସନ୍ଧ୍ୟାରେ ବାବୁଲାଲ୍‌ ନିଜେ ନିଜକୁ ଗୁଳି କରିଥିଲେ। ପ୍ରେମିକ ବାବୁଲାଲ୍‌ଙ୍କ ମୃତ୍ୟୁ ଖବର ପାଇ ମଞ୍ଜୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେହି ଦିନ ରାତିରେ ମଞ୍ଜୁ ନିଜ ଦେହରେ ନିଜେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାବୁଲାଲ୍‌ ବିବାହିତ ବୋଲି ଜଣାପଡ଼ିଛି। ପୋଲିସ୍‌ ମଞ୍ଜୁଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ