Advertisment

“ମୋ ଭାଇକୁ ମାରିଦିଆଯାଇଛି, ସେ ଆତ୍ମହତ୍ୟା କରିନାହିଁ”

ତପନ ପଟ୍ଟନାୟକଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଛି। ସୌମ୍ୟଙ୍କ ସହକର୍ମୀଙ୍କୁ ନେଇ ଡେମୋ କରିଥିଲା ପୋଲିସ। ତେବେ ମାମଲାରେ ସଂପୃକ୍ତ ନଥିବା ନେଇ ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ରୋଷେୟା ମନ୍ମଥ କୁମ୍ଭ ଏବଂ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି।

“ମୋ ଭାଇକୁ ମାରିଦିଆଯାଇଛି, ସେ ଆତ୍ମହତ୍ୟା କରିନାହିଁ”

Gajapati ACF Death Case

Advertisment

ପାରଳାଖେମୁଣ୍ଡି: ଗଜପତି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଏକ ପ୍ରି ପ୍ଲାନଡ଼୍ ମର୍ଡର ବୋଲି ଅଭିଯୋଗ ଆଣିଲେ ବଡ଼ ଭାଇ ରଂଜନ ମହାପାତ୍ର। ସୌମ୍ୟଙ୍କ ପତ୍ନୀ ଓ ପରିବାର ଲୋକଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି। ତାଙ୍କ ଭାଇକୁ ଅନ୍ୟ ଜାଗାରେ ଅଚେତ ଅବସ୍ଥାରେ ପୋଡ଼ି ସେଠାରୁ ଘରକୁ ଅଣାଯାଇ ଏପରି ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। ସୌମ୍ୟଙ୍କ ସ୍ତ୍ରୀ ଏବଂ ରୋଷେୟା ମୁଖ୍ୟ ଅଭିଯୁକ୍ତ ବୋଲି ବଡ଼ଭାଇ ଅଭିଯୋଗ ଆଣିଛନ୍ତି। ଏମାନଙ୍କୁ ପଚାରିଲେ ସତ ବାହାରିବ ବୋଲି ସେ କହିଛନ୍ତି। ସେପଟେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ କରିଛନ୍ତି ଗଜପତି ଜିଲ୍ଲା ଏସପି। ତପନ ପଟ୍ଟନାୟକଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଛି। ସୌମ୍ୟଙ୍କ ସହକର୍ମୀଙ୍କୁ ନେଇ ଡେମୋ କରିଥିଲା ପୋଲିସ। ତେବେ ମାମଲାରେ ସଂପୃକ୍ତ ନଥିବା ନେଇ ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ରୋଷେୟା ମନ୍ମଥ କୁମ୍ଭ ଏବଂ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି।

Advertisment

ତେବେ ACF ସୌମ୍ୟରଂଜନଙ୍କ ମୃତ୍ୟୁ ପଛର ସତ କଣ? କେମିତି ନିଆଁ ଲାଗି ଜଳିଗଲେ ଏହି ଯୁବ ଅଫିସର୍? ଆକସ୍ମିକ ଦୁର୍ଘଟଣା ନା ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର? ପାରଳାଖେମୁଣ୍ଡିର ଯେଉଁ ସରକାରୀ କ୍ୱାର୍ଟରରେ ସୌମ୍ୟ ଜଳିଯାଇଥିଲେ ବୋଲି କୁହାଯାଉଥିଲା, ସେ ଘରେ ତନ୍ନତନ୍ନ କରି ତଦନ୍ତ କରିଛି ସାଇଣ୍ଟିଫିକ ଟିମ୍। ହେଲେ ସେଠାରେ ନିଆଁଧୂଆଁର କୌଣସି ଚିହ୍ନବର୍ଣ୍ଣ ନାହିଁ କିମ୍ବା ପାରିପାର୍ଶ୍ୱିକ ସ୍ଥିତିରୁ ସେଭଳି କୌଣସି ଜଳିବାର ପ୍ରମାଣ ମିଳିନଥିବା ସୌମ୍ୟଙ୍କ ବାପାଙ୍କ ଓକିଲ କହିଛନ୍ତି। ତେଣୁ କ୍ୱାର୍ଟରରେ ସୌମ୍ୟ ନିଆଁରେ ଜଳିବା ସନ୍ଦେହ ବଢ଼ାଉଥିବା ସେ କହିଛନ୍ତି।

ହେଲେ ଯାଞ୍ଚବେଳେ କିନ୍ତୁ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଲାପଟପ୍ ସହ କିଛି ହାତଲେଖା। ଯେଉଁଥିରୁ ସ୍ପଷ୍ଟ ବାରିହେଉଛି, ସୌମ୍ୟ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିଲା ଦାମ୍ପତ୍ୟ କଳହ। ଛାଡ଼ପତ୍ର ପାଇଁ ବି ଚୁକ୍ତିନାମା କଥା ଦର୍ଶାଯାଇଛି ଏହି ହାତଲେଖାରେ। ତାହା ସହ ୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଏହାବ୍ୟତୀତ ସବୁ ସମ୍ପତ୍ତି ପତ୍ନୀକୁ ଦେବା ପାଇଁ ଅନ୍ୟ ଏକ ଚୁକ୍ତିନାମାର ଦଲିଲ୍ ମିଳିଛି। ଯାହାକୁ ଜବତ କରିଛି ପୋଲିସ। ତେବେ ତାଙ୍କ ଭାଇଙ୍କ ଅଭିଯୋଗକୁ ନେଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

Advertisment
Paralakhemundi ACF Death Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ