ଟଙ୍କା ପାଇଁ ବଇରୀ ସାଜିଲା ବନ୍ଧୁ : ଇଷାନ ଅଗ୍ରୱାଲଙ୍କ ଅପହରଣ ପଛରେ ସାଙ୍ଗ ଧନେଶ୍ୱର

ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତମାନେ ଆଜି ସିନ୍ ରିକ୍ରିଏଟ୍ କରୁଛନ୍ତି । ଇଷାନଙ୍କୁ କେଉଁଠୁ ଅପହରଣ କଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, କିପରି ଅପହରଣ କଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଅଭିଯୁକ୍ତ

୩୬ ଘଣ୍ଟାର ଅପରେସନ, ୮୦୦ କିମି ଖୋଜିବା ପରେ ଧରାପଡ଼ିଲେ

ବନ୍ଧୁ ସାଜିଲା ବଇରୀ । ସାମାନ୍ୟ ଟଙ୍କା ପାଇଁ ଭୁଲିଗଲା ନିବିଡ଼ ବନ୍ଧୁତ୍ୱ । ଭୁବନେଶ୍ୱର ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ବଡ଼ ଖୁଲାସା । ଇଷାନଙ୍କ ଜଣେ ବନ୍ଧୁ ଧନେଶ୍ୱର ପାତ୍ର ରଚିଥିଲା ଅପହରଣର ପୁରା ପ୍ଲାନ୍ । କ୍ରାଇମ୍ ସିନ୍ ରିକ୍ରେଏଟ୍ ପରେ ଘଟଣା ଉପରୁ ପରଦା ହଟିଛି ।

ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତମାନେ ଆଜି ସିନ୍ ରିକ୍ରିଏଟ୍ କରୁଛନ୍ତି । ଇଷାନଙ୍କୁ କେଉଁଠୁ ଅପହରଣ କଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, କିପରି ଅପହରଣ କଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଅଭିଯୁକ୍ତ । କମିଶନରେଟ୍ ପୋଲିସ ଆଜି ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରୁଛି । ଲକ୍ଷ୍ମୀସାଗରର ଇଷାନ ଚା ପିଇବାକୁ ଆସିଥିବା ବେଳେ ତାଙ୍କୁ ଦୁର୍ବତ୍ତମାନେ ଅପହରଣ କରିନେଇଥିଲେ । ତେବେ ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ପୋଲିସ ଇଷାନଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ ।

ନୟାଗଡ଼ ସୁନାଖଳାରୁ ୪ ଅଭିଯୁକ୍ତ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଅପହରଣ ପରେ ୩ଟି ଟିମ୍ ବନାଇଥିଲେ । ଧରାପଡ଼ିବା ଭୟରେ ପ୍ରତି ଟିମ୍ ଅନ୍ୟ ଟିମ୍ ଠାରୁ ୨୦ରୁ ୩୦ କିମି ଦୂରରେ ରହୁଥିଲେ । ଟ୍ରାପିଂ ଭୟରେ ଜଣେ ଅନ୍ୟ ଜଣକୁ ଫୋନ୍ କରି ଟଙ୍କା ମାଗୁଥିଲେ । ମୋବାଇଲ୍ ଟ୍ରାକିଂ କରି ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ରେ ଚଢ଼ଉ କରାଯାଇଥିଲା । ଇଷାନଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ମାଗିଥିଲେ ଅପହରଣକାରୀ ।