Advertisment

ରେଜଲ୍ଟ ବାହାରିବା ପରେ ଆତ୍ମହତ୍ୟା କଲେ ୯ ଛାତ୍ରଛାତ୍ରୀ !

ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Student Suicide

9 Andhra School Students Die By Suicide After Exam Results

Advertisment

ରେଜଲ୍ଟ ବାହାରିବା ପରେ ଆତ୍ମହତ୍ୟା କଲେ ୯ ଛାତ୍ରଛାତ୍ରୀ ! ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କିଏ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ତ ଆଉ କିଏ ଘର ଭିତରେ ଝୁଲି ପଡ଼ିଲେ। ସେହିପରି ଆଉ କିଏ କୀଟନାଶକ ପିଇ ଜୀବନ ହାରିଛନ୍ତି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ବୁଧବାର ଦିନ ଆନ୍ଧ୍ରପ୍ରଦେଶ ବୋର୍ଡର ମଧ୍ୟବର୍ତ୍ତୀ ପରୀକ୍ଷା(Intermediate Examination) ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ବାହାରିଥିଲା। ତେବେ ପରୀକ୍ଷାରେ ଖରାପ କରିଥିବା କିଛି ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିବା ପରେ ଟେନ୍‌ସନ୍‌ରେ ଥିଲେ। ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଆଉ ୨ ଜଣ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

ପାଖାପାଖି ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏକାଦଶ ପରୀକ୍ଷାର ପାସ୍‌ ହାର ୬୧% ଥିବାବେଳେ ଦ୍ୱାଦଶ ଶ୍ରେଣୀର ପାସ୍‌ ହାର ୭୨% ରହିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀକାକୁଲମ୍‌ ଜିଲ୍ଲାରେ ବି ତରୁଣ(୧୭) ଟ୍ରେନ୍‌ ସାମ୍ନାକୁ ଡେଇଁ ଜୀବନ ହାରିଛନ୍ତି। ସେ ପ୍ରଥମ ବର୍ଷରେ ପଢ଼ୁଥିଲେ ଓ ତାଙ୍କ ଘର ଡାଣ୍ଡୁ ଗୋପାଳପୁରମ୍‌ ଜିଲ୍ଲାରେ। ଅଧିକାଂଶ ପେପର୍‌ରେ ଖରାପ ହୋଇଥିବାରୁ ଚିନ୍ତାରେ ଥିବା ତରୁଣ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।

Advertisment

ସେହିପରି ଜଣେ ୧୬ ବର୍ଷୀୟ ଛାତ୍ରୀ ମାଲକାପୁରମ୍ ଥାନା ଅନ୍ତର୍ଗତ ତ୍ରିନାଧପୁରମ୍ ସ୍ଥିତ ଘରେ ଜୀବନ ହାରିଛନ୍ତି। କିଛି ପେପର୍‌ରେ ଖରାପ ହୋଇଥିବାରୁ ପ୍ରଥମ ବର୍ଷର ଏହି ଛାତ୍ରୀ ଟେନ୍‌ସନ୍‌ରେ ଥିଲେ। ବିଶାଖାପାଟଣାର କାଞ୍ଚାରାପାଲେମ୍ ସ୍ଥିତ ଘରେ ଜଣେ ୧୮ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ଦ୍ୱିତୀୟ ବର୍ଷର ଛାତ୍ର ଥିବାବେଳେ ଗୋଟିଏ ବିଷୟରେ ସେ ଫେଲ୍‌ ହୋଇଥିଲେ।

ଏହାବ୍ୟତୀତ ମୃତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ତୋର ଜିଲ୍ଲାର ୨ ଜଣ ୧୭ ବର୍ଷ ବୟସର ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣେ ଛାତ୍ର କୀଟନାଶକ ପିଇ ଦେଇଛନ୍ତି। ସେହିପରି ଆଉ ଜଣେ ୧୭ ବର୍ଷୀୟ ଛାତ୍ର ଘରେ ଜୀବନ ହାରିଛନ୍ତି। ପରୀକ୍ଷାରେ କମ୍‌ ମାର୍କ ଯୋଗୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Advertisment

୪୮ ଘଣ୍ଟା ମଧ୍ୟରେ ୯ ଛାତ୍ରଛାତ୍ରୀ ରେଜଲ୍ଟ ଖରାପକୁ ନେଇ ଆତ୍ମହତ୍ୟା ଭଳି ଏଭଳି ଚରମ ପଦକ୍ଷେପ ନେବା ଏବେ ଚର୍ଚ୍ଚାର ବିଷୟ ପାଳଟିଛି। 

Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ