Advertisment

ଏମିତି ବାପାମା’କୁ ଛି ! ମା’ ମୁହଁ ବନ୍ଦ କଲେ, ବାପା ଦୁଷ୍କର୍ମ କଲେ !

ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍‌ ଦେଇଥିଲେ।

ଅଦ୍ୟତନ ହୋଇଛି
7 Years Old Girl Allegedly Raped By Her Father

7 Years Old Girl Allegedly Raped By Her Father

Advertisment

ମା’ ମୁହଁ ବନ୍ଦ କଲେ, ବାପା ଦୁଷ୍କର୍ମ କଲେ ! ୭ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍‌ ଦେଇଥିଲେ। ଏଭଳି ଅମାନବୀୟ, ଲଜ୍ଜାକର ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି। ଦ୍ୱିତୀୟ ପତ୍ନୀ ସହ ମିଶି ଜଣେ ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ କୁନି ଝିଅର ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଅଭିଯୁକ୍ତ ବାପା ଓ ସାବତ ମା’ଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

Advertisment

କୁନି ଝିଅର ମୁହଁ ବନ୍ଦ କରିଥିଲେ ସାବତ ମା’...

କରୋନା ସମୟରେ POCSO ଆକ୍ଟ ଆଧାରରେ ଏକ ମାମଲାରେ ବ୍ୟକ୍ତି ଜଣକ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ବାହାରିବା ପରେ ସେ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଲଜ୍ଜାକର କଥା, ଏସବୁ ପଛରେ କୁନି ଝିଅର ସାବତ ମା’ଙ୍କ ମଧ୍ୟ ହାତ ଅଛି। ଏସବୁ କାମ ପାଇଁ ମହିଳା ଜଣକ ସ୍ୱାମୀଙ୍କ ସାଥ୍‌ ଦେଇଥିଲେ। ଯେଭଳି ଝିଅର ଚିତ୍କାର କାହାକୁ ନଶୁଭିବ, ଏଥିପାଇଁ ତାଙ୍କର ମୁହଁ ବନ୍ଦ କରି ଦେଇଥିଲେ ସମ୍ପୃକ୍ତ ମହିଳା। 

ପୋଲିସ୍‌ ସୂଚନା ଅନୁସାରେ, ବହେଡିର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ୭ ବର୍ଷ ଝିଅକୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଝିଅର ସମ୍ପର୍କୀୟ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ଏଭଳି ମାମଲାରେ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଜେଲ୍‌ ମଧ୍ୟ ଯାଇସାରିଛନ୍ତି।ପୁରା ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ପୋଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

Advertisment
Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ