Advertisment

ବୀଭତ୍ସ ହତ୍ୟା: ମୁଣ୍ଡକୁ ଇଟାରେ ଛେଚି ନାବାଳକକୁ ହତ୍ୟା ପରେ ଆଖି ତାଡ଼ି ନେଇଗଲେ..

ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା ପରେ ଆଖି ତାଡ଼ି ନେଇଗଲେ। ଉତ୍ତର ପ୍ରଦେଶ ରାମପୁର ସିଟିରେ ଏହି ହତ୍ୟାକାଣ୍ଡ ଘଟିଛି।

ଅଦ୍ୟତନ ହୋଇଛି
6-yr-old boy killed in uttar pradesh

6-yr-old boy killed in uttar pradesh

Advertisment

ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା ପରେ ଆଖି ତାଡ଼ି ନେଇଗଲେ। ଶନିବାର ଦିନ ଉତ୍ତର ପ୍ରଦେଶ ରାମପୁର ସିଟିରେ ଏହି ହତ୍ୟାକାଣ୍ଡ ଘଟିଛି। ୬ ବର୍ଷୀୟ ନାବାଳକକୁ ଜଣେ ପଡ଼ୋଶୀ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ୧୩ ବର୍ଷୀୟ ଏହି ପଡ଼ୋଶୀ ଇଟାରେ ୨୦ରୁ ଅଧିକ ଥର ନାବାଳକଙ୍କ ମୁଣ୍ଡ ଓ ମୁହଁକୁ ଛେଚି ଥିବା ଜଣାପଡ଼ିଛି।

Advertisment

ଯେଉଁ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା, ସେହିଦିନ ସନ୍ଧ୍ୟାରେ ଏନ୍‌ଏଚ୍‌-୮୭ ନିକଟ ନିର୍ମାଣାଧୀନ ସ୍ଥାନରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପଡ଼ୋଶୀ ଜଣକ ନାବାଳକଙ୍କୁ ହତ୍ୟା କରିବା ପରେ ତାଙ୍କର ଆଖି ତାଡ଼ି ନେଇ ଯାଇଥିଲେ। ମୃତ ଯୁବକଙ୍କ ନାଁ ୟୁଗ ଯାଦବ। 

ସୂଚନା ଅନୁସାରେ,ବାପାଙ୍କ ଜନ୍ମଦିନ ଥିବାରୁ ଚକୋଲେଟ୍‌ ଆଣିବା ପାଇଁ ୟୁଗ ଶନିବାର ସକାଳ ୧୦ଟାରେ ବାହାରକୁ ଯାଇଥିଲେ। ହେଲେ ଘରକୁ ଆଉ ଫେରିନଥିଲେ। ସେ ଯୋଗେନ୍ଦ୍ର ଯାଦବଙ୍କ ଏକମାତ୍ର ପୁଅ ଥିଲେ। ପୁଅ ନମିଳିବାରୁ ଯୋଗେନ୍ଦ୍ର ପୋଲିସ୍‌ରେ ଅଭିଯୋଗ କରିଥିଲେ। ଖୋଜାଖୋଜି ପରେ ସନ୍ଧ୍ୟାରେ ୟୁଗଙ୍କ ମୃତଦେହ ଏକ ନିର୍ମାଣାଧୀନ ସ୍ଥାନରୁ ଉଦ୍ଧାର ହୋଇଥିଲା।

Advertisment

ପ୍ରାଥମିକ ତଦନ୍ତରୁ ଜଣାପପଡ଼ିଥିଲା, ୟୁଗଙ୍କୁ ଯିଏ ହତ୍ୟା କରିଥିଲେ ସିଏ ଜଣେ ନାବାଳକ ଓ ସେ ଡ୍ରଗ୍ସ ନିଅନ୍ତି। ତେଣୁ ଡ୍ରଗ୍ସ ନିଶାରେ ସେ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ ହୋଇଥିଲା। ପୋଲିସ୍‌ ଛାନ୍‌ଭିନ୍‌ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା ଓ ଅଭିଯୁକ୍ତ ମଧ୍ୟ ନିଜ ଅପରାଧ ସ୍ୱୀକାର କରିଥିଲା। ଡ୍ରଗ୍ସ ନିଶାରେ ସେ ଏପରି କରିଥିବା କହିଛି। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ