ବାପା, ମାଆଙ୍କ ଅମାନୁଷିକ କାଣ୍ଡ; ୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ

୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

ବାପା, ମାଙ୍କ ଅମାନୁଷିକ କାଣ୍ଡ ;୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ

୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଗତକାଲି ୬ ବର୍ଷର ନାବାଳିକାକୁ ତାର ବାପା ମାଆ କାଠ ଫାଳିଆରେ ମାରିବାରୁ କନ୍ୟାର ମୁଣ୍ଡ ଫାଟି ରକ୍ତ ସ୍ରବ ହୋଇଥିଲା ।ଯାହା ପରେ ଝିଅଟିର ମୃତ୍ୟୁ ହୋଇଥିଲା । ଝିଅଟିର ଶରୀର ସାରା ମାଡ଼ ଚିହ୍ନ ହୋଇଥିବା ଜଣାପଡିଛି । 

ନିଜ ଦୋଷ ଲୁଚାଇବା ପାଇଁ ଆଜି ସକାଳୁ ମୁଣ୍ଡ ଫାଟି ଝିଅ ମରିଥିବାର ବାହାନା କରିଥିଲେ ମାଆ ଓ ବାପା ହେଲେ ଉଭୟଙ୍କୁ ପୋଲିସ କାବୁ କରିଛି ।