୬ ଦିନର ଝିଅକୁ ମାରି ମା’ ଗିରଫ

କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା

ଗତ ୫ରେ ସିଆରୋଇ ଗାଁରେ ଘଟିଥିଲା ହତ୍ୟାକାଣ୍ଡ

ମା’ ସାଜିଲା ପିଶାଚୀ । କ୍ଷୀରଖିଆ ଛୁଆର ଜୀବନ ନେଇଗଲା । ୬ ଦିନର ଝିଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣାରେ ଏବେ ଅଭୁଯୁକ୍ତକୁ ଗିରଫ କରାଯାଇଛି । କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ମା’କୁ ଗିରଫ କରିଛି । ଗତ ୫ରେ ସିଆରୋଇ ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା’। ହେଲେ ପୋଷ୍ଟମର୍ଟମ ରିପୋର୍ଟରୁ ଅସଲ କଥା ଜଣାପଡ଼ିଥିଲା ।

ସୂଚନା ଅନୁସାରେ ଗତ ୫ ତାରିଖ କମର୍ଦ୍ଦା ଥାନା ସିଆଁରୋଇ ଗାଁରେ ମାତ୍ର ୬ ଦିନର ଜନ୍ମ ନିଖୋଜ ହୋଇଯାଇଥିଲା । ପରେ ଶିଶୁକନ୍ୟାର ମୃତଦେହକୁ ଗାଁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଖବର ପାଇବା ପରେ କମର୍ଦ୍ଦା ପୋଲିସ ସହିତ ଜଳେଶ୍ଵର ଏସଡିପିଅ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିବା ସହି ବ୍ୟବଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ ।

ସନ୍ଦେହ ହେବାରୁ ଶିଶୁକନ୍ୟାର ମା’, ବାପା ଓ ୪ ଜଣକୁ ଅଟକ ରଖି ପୋଲିସ ପଚାରାଉଚରା କରିବା ସହିତ ନିଜ ଆଡୁ ମାମଲା ରୁଜୁ କରିଥିଲା । ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଆଜି ମା’କୁ କମର୍ଦ୍ଦା ଭାରପ୍ରାପ୍ତ ଥାନାଧୀକାରିଣୀ ଲୋପାମୁଦ୍ରା ପଣ୍ଡାଙ୍କ ନେତୃତ୍ଵରେ ଏକ ଟିମ ସିଆଁରୋଇ ଗାଁକୁ ଯାଇ କେସ ନମ୍ବର ୩୨/୨୩ମୂଳେ ଅନୁସାରେ ଗିରଫ କରିଛି । ୩୦୨,୨୦୧ ଦଫାରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।